ବ୍ରାହ୍ମଣୀ ନଦୀବନ୍ଧ ରାସ୍ତା ମରଣ ଯନ୍ତା ପାଲଟିଚି

Spread the love

ଯାଜପୁର ସଦର,୦୩ା୧୨: (ସନ୍ଧାନ ନ୍ୟୁଜ) ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଜାରକା ଜଳ ସମ୍ପଦ ବିଭାଗ ଅଧିନରେ ରହିଥିବା ବ୍ରାହ୍ମଣୀ ନଦୀ ବନ୍ଧ ରାସ୍ତା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଚି । ଯାହାକି ଏହି ନଦୀବନ୍ଧ ରାସ୍ତାକୁ କାମ କରିବାପାଇଁ ଠିକାଦାର ହୋଇଥିବା ବେଳେ, ଏହି ନଦୀବନ୍ଧ ରାସ୍ତା ଉପରେ ଯାତାୟତ କରିବାପାଇଁ ୧୦ଟି ପଂଚାୟତର ଲୋକ ନିର୍ଭର କରୁଥିବା ବେଳେ, ବ୍ରହ୍ମବରଦାର ୨ଟି ମହାବିଦ୍ୟଳୟ, ପୋଲିସ ଥାନା ରହିଥିବାରୁ ଲୋକମାନେ ଯାତାୟତରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ମେସିନ ଦ୍ୱାରା ଏହି ନଦୀବନ୍ଧକୁ ଖୋଳାଯାଇଥିବାରୁ ରାସ୍ତା ଉପରେ ପ୍ରଚୁର ପରିମାଣର ଚିପ୍ସ ବାହାରିଥିବାରୁ ଛାତ୍ର ଛାତ୍ରୀ ମାନେ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ, ଶିବ ସାହୁ ଘର ପାଖରେ ପହିଗଡ଼ା ପର୍ଯ୍ୟନ୍ତ ପିଚୁ କରାଯିବା ପାଇଁ ଠିକାଦାର ଏହି ରାସ୍ତାକୁ ଖୋଳି ଦେଇଥିବା ବେଳେ, ଚିପ୍ସ ଗୁଡ଼ିକ ବହୁତ ପରିମାଣରେ ରାସ୍ତାରେ ପଡ଼ିଥିବାରୁ କେତେବେଳେ, ଏହି ରାସ୍ତାରେ ଅଘଟଣ ନଘଟିବ ତାହା କହିହେବାନାହିଁ । ଆରଡି ଡିପାର୍ଟମେଣ୍ଟ ଜଳ ସମ୍ପଦ ବିଭାଗ ଏହି ରାସ୍ତାକୁ ତରନ୍ତ ପିଚୁ କରାଇବା ପାଇଁ ଜଣ ସାଧାରଣରେ ଦାବି କରାଯାଉଚି ।

Related Posts

About The Author

Add Comment