ଛତିଆ, ୧୪/୦୯ (ସନ୍ଧାନ ନିଉଜ୍) ଯାଜପୁର ଜିଲ୍ଲା ଛତିଆ ଅଞ୍ଚଳରୁ ବୈରୀ ପୋଲିସ ଓ ଛତିଆ ବିଟ ହାଉସ ମିଳିତ ଉଦ୍ୟମରେ ୭.୫ ଗ୍ରାମ ବ୍ରାଉନ ସୁଗାର ସହ ଚାରିଜଣଙ୍କୁ ଗିରଫ କରାଯାଇଛି। ଦୁଇ ଅଭିଯୁକ୍ତ ମାନଙ୍କ ଘର ଛତିଆ,ସୋଲର ହୋଇଥିବା ବେଳେ ଜଣଙ୍କ ଘର ଚଣ୍ଡିଖୋଲ ଅଞ୍ଚଳର ଓ ଆଉ ଅନ୍ୟ ଜଣଙ୍କ ଘର ଭଦ୍ରକ ଚରମ୍ପା ଅଞ୍ଚଳରେ ବୋଲି ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି। ସେମାନଙ୍କ ପାଖରୁ ନଗଦ ଚାରି ହଜାର ପାଞ୍ଚଶହ ଟଙ୍କା ସହିତ ଚାରୋଟି ସ୍ମାର୍ଟ ଫୋନ ମଧ୍ୟ ଜବତ କରାଯାଇଛି। ବୈରୀ ପୋଲିସ କେସ ନଂ-୧୨୨/୨୦ ରେ ଏକ ମାମଲା ରୁଜ୍ଜୁ ହେବା ସହ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲା ଉପ ଆରକ୍ଷୀ ଅଧିକାରୀ ଚିନ୍ମୟ ନାୟକଙ୍କ କହିଛନ୍ତି। ଶ୍ରୀଯୁକ୍ତ ନାୟକଙ୍କ ନେତୃତ୍ୱରେ ଏକ ଟିମ ଚୋରା ବ୍ରାଉନ ସୁଗାରର ରାକେର୍ଟ କୁ ଧରିବା ନେଇ ଅଧିକରୁ ଅଧିକ ତଦନ୍ତ ଜାରୀରଖିଛନ୍ତି ବୋଲି ଚିନ୍ମୟ ନାୟକ କହିଛନ୍ତି।
ବ୍ରାଉନ ସୁଗାର ଜବତ ସହ ଚାରିଜଣ ଗିରଫ୍
|
September 14, 2020 |