ଯାଜପୁର ସଦର, ୨୯ା୧୦: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରଦା ପଂଚାୟତ ବାଳିକା ଉଚ୍ଚ ବିଦ୍ୟାଳୟର ପରିଶରରେ ବ୍ରହ୍ମବରଦା ପ୍ରେସକ୍ଲବ ପକ୍ଷରୁ ପଦ୍ମିନୀ କେୟାର ମେଡିକାଲ ଆନୁକୁଲ୍ୟରେ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଟିତ ହୋଇଯାଇଚି । ବରୀ ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳର ରାଜ୍ୟ ସଂମ୍ପାଦକ ବିଶ୍ୱରଂଜନ ମଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଥିଲେ । ଅନ୍ୟତମ ଅତିଥି ୩୬ନଂ ଜୋନ ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଭାରତୀ ବିଶ୍ୱାଳ ଯୋଗଦାନ କରିଥିଲେ । ଏହି ଅବସରରେ ପଦ୍ମିନୀ ହସ୍ପିଟାଲ ଆନୁକୁଲ୍ୟରେ ମେଡିସିନ ବିଭାଗ, ଚକ୍ଷୁ ବିଭାଗ, ଶିଶୁ ବିଭାଗ ଡାକ୍ତର ମାନଙ୍କ ଦ୍ୱାରା ରୋଗୀ ଚିକିତ୍ସା କରାଯାଇ ଔଷଧ ବଣ୍ଟନ କରାଯାଇଥିଲା । ବ୍ରହ୍ମବରଦା ପ୍ରେସ କ୍ଲବର ସଭାପତି ବାପୁଜି ଚରଣ ଜେନା, ପ୍ରେସକ୍ଲବର ସଂମ୍ପାଦକ ଯଯାତୀ କେଶରୀ ବେହେରା, ସହ ସମ୍ପାଦକ ଶଙ୍କର ସେଠୀ, କୋଷାଦକ୍ଷ ଶ୍ରୀ ଅଲ୍ଲୀ, ଉପସଭାପତି ଶ୍ରୀଯୁକ୍ତ ବେହେରା , ଦିପକ ସାହୁ, ପ୍ରକାଶ ସାହୁ, ସ୍ମୃତିରଂଜନ ରାଉତ, ସୁଶାନ୍ତ ସାହୁ, ଚିନ୍ତାମଣୀ ପୃଷ୍ଟି, ଗୋପିନାଥ ଦାଶ, ମଧୁଶ୍ମିତା ଦାଶ, ବ୍ରହ୍ମବରଦା ପ୍ରେସକ୍ଲବର ସମସ୍ଥ ସଭ୍ୟ ମାନେ ଯୋଗଦେଇଥିଲେ । ବ୍ରହ୍ମବରଦା ଗ୍ରାମର ସମାଜ ସେବୀ ନିମାଇଁ ଚରଣ ଦାସ, ବିପିନ ବିହାରୀ ଦେଓ, ଅକ୍ତର ହୁସେନ, ଶ୍ରମିକ ନେତା ପ୍ରଦପ ଦାସ, ଅମୂଲ୍ୟ ରାଉତ, ସୁକାନ୍ତ ବେହରା ଏବଂ ବ୍ରହ୍ମବରଦା ଗ୍ରାମର ବରିଷ୍ଠ ନାଗରିକ ମାନେ ଯୋଗଦାନର କରିଥିଲେ । ପଦ୍ମିନୀ କେୟାର ହସ୍ପିଟାଲର ଡାକ୍ତର ମାନେ ଯୋଗଦେଇଥିବା ବେଳେ, ଯାଜପୁର ଏଡିଏମ୍ ସୁଧର କୁମାର ସାହୁ ସମ୍ମାନୀୟ ଅତିଥି ଭାବେ ଯୋଗଦେଇଥିଲେ । ବ୍ରହ୍ମବରଦା ପ୍ରେସକ୍ଲବର ଉଚ୍ଚ ପ୍ରଶଂସା କରିବା ସହିତ ଆୟୋଜନ କରିଥିବା ବ୍ରହ୍ମବରଦା ପ୍ରେସକ୍ଲବର ସଦସ୍ୟ ମାନଙ୍କୁ ସ୍ୱାଗତ ଜଣାଇଥିଲେ । ମେଡିସନ ବିଭାଗର ଶ୍ରୀଯୁକ୍ତ ଆଚାର୍ଯ୍ୟ, ଶିଶୁ ରୋଗ ବିଶେଷଜ୍ଞ ନିକିତା ଶର୍ମା, ଚକ୍ଷୁରୋଗ ବିଭାଗର ମିଲି ଜେନା, ଯୋଗ ଦେଇ ରୋଗୀମାନଙ୍କୁ ପରୀକ୍ଷା କରି ମାଗଣାରେ ଔଷଧ ବଣ୍ଟନ କରିଥିଲେ । ପଦ୍ମିନୀ କେୟାର ହ୍ଲପିଟାଲର ଉମାକାନ୍ତ ବେହେରା, ଦିଲିପ ସାମଲ ପରିଚାଳନା କରିଥିବା ବେଳେ, ପ୍ରେସକ୍ଲବର ସଦସ୍ୟ ମାନେ ସାହାଯ୍ୟ ସହଯୋଗ କରିଥିଲେ ।
ବ୍ରହ୍ମବରଦା ପ୍ରେସକ୍ଲବ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର ଅନୁଷ୍ଟିତ
|
October 30, 2023 |



