ବ୍ରହ୍ମବରଦା ନିର୍ମାଣ ଶ୍ରମିକ ସଂଘର ଶ୍ରମିକ ମାନେ ସରକାରୀ ସହାୟତାରୁ ବଂଚିତ
ବ୍ରହ୍ମବରଦା ନିର୍ମାଣ ଶ୍ରମିକ ସଂଘର ଶ୍ରମିକ ମାନେ ସରକାରୀ ସହାୟତାରୁ ବଂଚିତ
Manas Kumar Rout |
January 21, 2021 |
ଯାଜପୁର ସଦର,୨୧/୧/୨୦୨୧(ସନ୍ଧାନ ନିଉଜ): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରଦା ନିର୍ମାଣ ସଂଘର ଶ୍ରମିକ ମାନେ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ୧ହଜାର ୫ଶହ ଟଙ୍କା ନିର୍ମାଣ ଶ୍ରମିକ ମାନଙ୍କୁ ମହାମାରୀ କରୋନା ଯାଜପୁର ଜିଲ୍ଲାରେ ଦାଉ ସାଧୁଥିଲା ବେଳେ, ଏହି ନିର୍ମାଣ ଶ୍ରମିକ ମାନଙ୍କୁ ସରକାରୀ ସହାୟତା ସାତ ସପନ ପାଲଟିଚି । ଏନେଇ ନିର୍ମାଣ ଶ୍ରମିକ ମାନେ ବାରମ୍ବାର ଗଣମାଧ୍ୟମରେ ସରକାରଙ୍କ ଦୃଷ୍ଟି ଗୋଚର କରାଉଥିବା ବେଳେ, ଏହାକୁ ବ୍ଲକ୍ ପ୍ରଶାସନ ଅଣଦେଖା କରିଥିବା ଅଭିଯୋଗ ହୋଇଚି । ଯାହାକି ଶ୍ରମିକ ମାନଙ୍କର ସମସ୍ତ କାଗଜ ପତ୍ର ବ୍ଲକ୍ ପକ୍ଷରୁ ପଂଚାୟତ କାର୍ଯ୍ୟାଳୟରେ ନିଆଯାଇଥିବା ବେଳେ, ଦିର୍ଘ ୧୦ମାସ ବିତିଯାଇଥିଲେ ମଧ୍ୟ ସରକାରୀ ସହାୟତାରୁ ଶ୍ରମିକ ମାନେ ବଞ୍ôଚତ ହୋଇଛନ୍ତି । ୧୫୦ ଜଣରୁ ଉର୍ଦ୍ଧ୍ୱ ଶ୍ରମିକ ନିର୍ମାଣ ଶ୍ରମିକ ସଂଘ ସେମାନଙ୍କର ସରକାରୀ ସହାୟତା ନମିଳିବାରୁ ଏନେଇ ଯାଜପୁର ଡିଏଲ ଅଫିସରଙ୍କ ଦୃଷ୍ଟି ଗୋଚର କରାଯାଇଥିଲେ ମଧ୍ୟ କୋଣସି ଏହି ଗରିବ ଶ୍ରମିକ ମାନଙ୍କ ପ୍ରାପ୍ୟକୁ ଅଣଦେଖା କରାଯାଉଥିବା ଘଟଣାକୁ ନେଇ ଶ୍ରମିକ ମାନେ କ୍ଷୋଭ ପ୍ରକାଶ କରିଛନ୍ତି । ସେମାନଙ୍କର ସରକାରୀ ସହାୟତା ଯଦି ନଦିଆଯାଏ ତାହେଲେ ଯାଜପୁର ଡିଏଲ କାର୍ଯ୍ୟାଳୟରେ ଶ୍ରମିକ ମାନେ ଅନସନ କରିବେ ବୋଲି ଏହି ସଂଘର ଶ୍ରମିକମାନେ ସରକାରଙ୍କୁ ଚେତାବନି ଦେଇଛନ୍ତି ।
Related Posts
About The Author