ଯାଜପୁର ସଦର, ୩୦/୩/୨୬ (ସନ୍ଧାନ ନ୍ୟୁଜ ) : ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରଦା ତାରିଣୀ ଛକରେ କୌଣସୀ କାରଣ ବସତ ଗତକାଲି ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟିବାରୁ ହେମନ୍ତ ଲସି ଦୋକାନ ନିକଟରୁ ଅଗ୍ନିକାଣ୍ଡ ହେବାରୁ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି । ଏଠାରେ ସୂଚନା ଯୋଗ୍ୟ ଯେ କିପରି ଏଠାରେ ଅଗ୍ନିକାଣ୍ଡ ଘଟିଲା ତାହା ସନ୍ଦେହ ପରିଶରର ରହିଥିବାବେଳେ ବିଦ୍ୟୁତ୍ ସଟ୍ ସର୍କିଟ୍ ଲାଗିଛି କି କୌଣସି ଦୃବୁତ ନିଆଁ ଲଗାଇ ଦେଲା ତାହା ତଦନ୍ତ କରାଗଲେ ଜଣା ପଡିବ । ତାରିଣୀ ଛକ ନିକଟରେ ରହିଥିବା ବହୁ ଦୋକାନ ପୋଡ଼ି ପାଉଁଶ ହୋଇଯାଇଛି । ଯାହାକି ଦୋକାନ ମାନଙ୍କରେ ରହିଥିବା ସାମଗ୍ରୀ ଗୁଡିକ ପୋଡିଯିବା ସହିତ ଅଗ୍ନିକାଣ୍ଡରେ ଦୋକାନ ଗୁଡ଼ିକ କ୍ଷତିଗ୍ରସ୍ଥ ହୋଇଛି । ଅଗ୍ନିକାଣ୍ଡ ଘଟଣା ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ସ୍ଥାନୀୟ ତହସିଲଦାର ଘଟଣା ସ୍ଥଳକୁ ପରିଦର୍ଶନରେ ଆସିନଥିବା ଦେଖିବାକୁ ମିଳିଛି । ନିକଟରେ ରହିଥିବା ବ୍ରହ୍ମବର ଦା ଥାନାର ପୋଲିସ୍ ଘଟଣା ସ୍ଥଳରେ ପାହଞ୍ଚି ନ ଥିବା ଜଣା ଯାଇଛି । କ୍ଷତିଗ୍ରସ୍ତ ହୋଇଥିବା ବ୍ୟବସାୟୀ ମାନଙ୍କ କ୍ଷତି ପୂରଣ ଜିଲ୍ଲା ପ୍ରଶାସନ ତୁରନ୍ତ ଅସହାୟ ଦୋକାନୀ ମାନଙ୍କୁ ସହାୟତା ଯୋଗାଇ ଦେବା ଲାଗି ବ୍ରହ୍ମ ବରଦା ପଞ୍ଚାୟତର ସରପଞ୍ଚ ମମତା ଶୁଭଦର୍ଶିନୀ ଦେଓ ପ୍ରଶାସନ ନିକଟରେ ଦାବି କରିଛନ୍ତି । ଭୟା ଭୟ ଅଗ୍ନିକାଣ୍ଡର ତଦନ୍ତ କରାଯିବା ପାଇଁ ସାଧାରଣରେ ଦାବି କରାଯାଇଛି ।
ବ୍ରହ୍ମବରଦା ତାରିଣୀ ଛକରେ ଅଗ୍ନିକାଣ୍ଡ ଘଟିବାରୁ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ
|
March 30, 2026 |



