ବ୍ରହ୍ମପୁର: ଆହାର କେନ୍ଦ୍ରରେ ତଳେ ପଡିଥିବା ଖାଦ୍ୟ ଦିଆ ଯାଉଥିବା ଅଭିଯୋଗ

Spread the love

ବ୍ରହ୍ମପୁର, ୮/୮ (ସନ୍ଧାନ ନିୟୁଜ): ପୁରୁଣା ବସଷ୍ଟାଣ୍ଡ ସ୍ଥିତ ଆହାର କେନ୍ଦ୍ର ରେ ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଥିଲା। ମାନ୍ନା ଟ୍ରଷ୍ଟ ପକ୍ଷ ରୁ ଏହି ଆହାର କେନ୍ଦ୍ର କୁ ଗାଡି ରେ ଅଣାଯାଇଥିବା ଖାଦ୍ୟ ଗୁଡିକ ରାସ୍ତା ରେ ଗାଡି ମଧ୍ଯ ରେ ପଡିଯାଉଛି। ଯାହାକୁ ଉଠାଇ ,ଆହାର କେନ୍ଦ୍ର ରେ ଲୋକ ଙ୍କୁ ଖାଇବାକୁ ଦିଆଯାଏ। ଯାହା କି, ଖାଇବା ପାଇଁ ଯୋଗ୍ୟ ନୁହେଁ। ଆହାର କେନ୍ଦ୍ର ରେ କିପରି ଓ କେଉଁ ପ୍ରକାର ଖାଦ୍ୟଲୋକ ଙ୍କୁ ଦିଆଯାଉଛି, BeMC କତ୍ତୃପକ୍ଷ କିମ୍ବା ଜିଲ୍ଲା ପ୍ରଶାସନ ତଦାରଖ କରୁନଥିବା ଯୋଗୁଁ, ଏପରି ଅବ୍ୟବସ୍ଥା ଦେଖିବାକୁ ମିଳୁଛି। ଏହି  ଆହାର କେନ୍ଦ୍ର ରେ ଜଳ ନିଷ୍କାସନ ପାଇଁ ନାଳ ନଥିବା ଯୋଗୁଁ ମଇଳା ପାଣି ରାସ୍ତା ରେ ଛଡା ଯାଉଛି, ଯାହା ଦ୍ବାରା , ସେ ଅଂଚଳ ଟି ପୂତିଗନ୍ଧମୟ ହୋଉଛି। ଏପରି ଅବ୍ୟବସ୍ଥା  ମହାନଗର କମିଶନର  ଓ ଜିଲ୍ଲାପାଳ ଭାବେ କାଯ୍ୟରତ ଦୁଇ ଦୁଇ ଜଣ IAS ଅଧିକାରୀ କାହିଁକି କାଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ସାଧାରଣ ରେ ଚର୍ଚ୍ଚା ହେବା ସହ ସେମାନଙ୍କ ଦକ୍ଷତା ଉପରେ ପ୍ରଶ୍ନ ଉଠାଉଛନ୍ତି।

Related Posts

About The Author

Add Comment