ବୋଟରେ ତେଲ ସରିଯିବାରୁ ନଦୀମଝିରେ ଫସି ରହିଲେ ୫୦ଜଣ କାଉଡ଼ିଆ

Spread the love

ଚାନ୍ଦବାଲି, ୧୧/୮ (ସନ୍ଧନ ନିଉଜ) : ପୁଣି ନଦୀ ମଝିରେ ବାଜି ଲାଗିଲା ୫୦ଜଣ କାଉଡ଼ିଆ ଯାତ୍ରୀଙ୍କ ଜୀବନ । ଘାଟ ପାରି ହେଉଥିବା ବେଳେ ଘଟିଥିଲା ଅଘଟଣ । ଭଗବାନଙ୍କ ଦୟାରୁ ୫୦ଜଣ ଯାତ୍ରୀଙ୍କ ଜୀବନ ଅଳ୍ପର୍କେ ବର୍ତିଯାଇଛି । ମେଘାଚ୍ଛନ୍ନ ଆକାଶରେ ଭାରି ବର୍ଷାସାଙ୍ଗକୁ ଜୁଆରିଆ ନଦୀର ଅଥଳ ଜଳରେ ଆରଡ଼ି ଧାମରୁ କେନ୍ଦ୍ରପଡ଼ା ଜିଳ୍ଲା ମାନପୁର ଘାଟକୁ ଯାଉଥିଲେ ୫୦ଜଣ କାଉଡ଼ିଆ ଯାତ୍ରୀ । ଘାଟଠାରୁ ମାତ୍ର ୨୦୦ମିଟର ମଝି ନଦୀରେ ବୋଟରୁ ତେଲ ସରିଯିବାରୁ ଅଟକି ଯାଇଥିଲା ବୋଟ । ଅକାତ ଜଳରେ ଭାସି ରହିଥିବା ବେଳେ ଆକାଶରେ ମେଘକୁ ନଦୀରେ କୁମ୍ଭୀରକୁ ଦେଖି ଯାତ୍ରୀମାନ ଭୟଭୀତ ହୋଇ କେବଳ ଭଗବାନଙ୍କୁ ଡ଼ାକ ପକାଉଥାନ୍ତି । ନଦୀ ମଝୀରେ କାଉଡ଼ିଆ ଯାତ୍ରୀଙ୍କ ଏପରି ଦୁର୍ଦ୍ଦଶା ଦେଖି ଅଗ୍ନିଶମ ବିଭାଗ ଟିମ ତୁରନ୍ତ ନଦୀ ମଝିରେ ପହଁଚି ବୋଟଟିକୁ ଟାଣିଟାଣି ନଦୀ କୁଳକୁ ଆଣିଥିଲା ।

ଫଳରେ ୫୦ଜଣ ଯାତ୍ରୀଙ୍କ ଜୀବନ ବଂଚିଯାଇଥିଲା । ଦୀର୍ଘ ଅଧ ଘଂଟା ଭାସିଭାସି ଚାଲି ଦେଢ଼କିମି ପର୍ଯ୍ୟନ୍ତ ନଦୀ ମଧ୍ୟକୁ ଚାଲିଯାଇଥିବା ବେଳେ ଅଗ୍ନିଶମ ବିଭାଗ କର୍ମଚାରୀ ପହଁଚି ଦ୍ରୁତଗାମୀ ବୋଟ ଯୋଗେ ଭାସି ଯାଉଥିବା ଡ଼ଙ୍ଗାକୁ କାବୁ କରିଥିଲେ । ଓ ପରେ ଟାଣିଟାଣି ନଦୀ କୁଳକୁ ଆଣିଥିଲେ । ଏଠାରେ ସୁଚନା ଯୋଗ୍ୟ ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ବାବା ଆଖଣ୍ଡଳମଣୀଙ୍କ ପୀଠକୁ ଶ୍ରାବଣ ମାସର ଶେଷ ସୋମବାର ଜଳାଭିଷେକ ପାଇଁ କେନ୍ଦ୍ରପଡ଼ା ଜିଳ୍ଲାରୁ ଆସିଥିବା କାଉଡ଼ିଆ ଭକ୍ତ ଜଳଲାଗି କରି ଘରକୁ ଫେରୁଥିବା ବେଳେ ନଦୀ ମଝିରେ ଏକ ବଡ଼ ବିପଦରୁ ବର୍ତିଯାଇଥିବା କୁହାଯାଉଛି ।

Related Posts

About The Author

Add Comment