କୋରାପୁଟ, ୩୧/୫ (ସନ୍ଧାନ ନିୟୁଜ) : କୋରାପୁଟ ଜିଲ୍ଲା ଏକ ପ୍ରାକୃତିକ ସୌନ୍ଦର୍ଯ୍ୟମୟ ଜଙ୍ଗଲ ରେ ପରିପୂର୍ଣ୍ଣ ।ଦିନକୁ ଦିନ ଖରାର ପ୍ରକୋପ ବଢ଼ିବାରେ ଲାଗିଛି ।ଚଳିତ ବର୍ଷ କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଳକ ରେ ଆମ୍ବର ଉତ୍ପାଦନ ସେମିତି କିଛି ହୋଇନଥିବା ଦେଖିବାକୁ ମିଳିଛି କିନ୍ତୁ ଯାହା କିଛି ଅଳ୍ପ ପରିମାଣ ରେ ହୋଇଛି ତାହାର ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି ।ଏମିତି କି ଦେଶୀ ଆମ୍ବ ସହିତ ବିଦେଶୀ ଆମ୍ବ,ଦୋଷାରି, ଆମ୍ରପଲ୍ଲୀ, ଲେଙ୍ଗଡ଼ା, ସିନ୍ଦୁରମୁଣ୍ଡି, କଲମୀ, ବାଇଗଣପଲ୍ଲୀ, ଠୁରି ଆଦି ବିଭିନ୍ନ ପ୍ରକାରର ଆମ୍ବ ବୈପାରିଗୁଡା ବଜାରରେ ପସରା ମେଲିଥିବା ଦେଖିବାକୁ ମିଳିଛି ।ଦିନକୁ ଦିନ ଖରା ତାତି ବଢ଼ିବାରେ ଲାଗିବା ମାତ୍ରେ ଜଙ୍ଗଲ ରେ ଥିବା ବିଭିନ୍ନ କିସମର ଆମ୍ବ ମଧ୍ୟ ପାଚିବାରେ ଲାଗିଛି ।ଚଳିତ ବର୍ଷ ସବୁ ବର୍ଷ ଅପେକ୍ଷା ଆମ୍ବର ଉତ୍ପାଦନ ହ୍ରାସ ପାଇଥିବ ଜଣାପଡିଛି ।ଚଳିତ ବର୍ଷ କମ ପରିମାଣରେ ଆମ୍ବ ଉତ୍ପାଦନ ହୋଇଥିବା ଫଳରେ ବୈପାରିଗୁଡା ବଜାରରେ ଏହାର ଚାହିଦା ବଢ଼ିବାରେ ଲାଗିଛି ଏମିତି କି କିଲୋ ପ୍ରତି ପଚାଶ ରୁ ଶହେ ଟଙ୍କା ବିକ୍ରି ହେଉଥିଲେ ମଧ୍ୟ ଗ୍ରାହକମାନଙ୍କ ଭିଡ଼ ଲାଗିଥିବା ଦେଖିବାକୁ ମିଳିଛି ।ପ୍ରତି ବର୍ଷ ଅପେକ୍ଷା ଏ ବର୍ଷ ଆମ୍ବର ଦରଦାମ ଅଧିକା ହେଇଥିଲେ ମଧ୍ୟ ଏହାର ଚାହିଦା ରହିଥିବା ଦେଖିବାକୁ ମିଳିଛି ।ଏହି ଆମ୍ବର ପସରା ବୈପାରିଗୁଡା ବଜାର ରେ ରଜ ପର୍ବ ପର୍ଯ୍ୟନ୍ତ ଦେଖିବାକୁ ମିଳିଥାଏ ।
ରିପୋର୍ଟ – ସରୋଜ କୁମାର ଲେଙ୍କା ।



