କନ୍ଧମାଳ , ୧୬/୩ (ସନ୍ଧାନ ନିୟୁଜ) କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରୁ ଏକ ବେଆଇନ ବନ୍ଧୁକ ତିଆରି କାରଖାନା ଠାବ କରାଯାଇଛି। ବେଆଇନ୍ ଭାବେ ବନ୍ଧୁକ ତିଆରି କରୁଥିବା ଅଭିଯୋଗରେ ପୁଲିସ୍ ମୁନିବର ମଲିକ ନାମକ ଜଣେ ବ୍ୟକ୍ତିକୁ ଗିରଫ କରିଛି। ଗିରଫ ବ୍ୟକ୍ତିର ଘଣ କତିଙ୍ଗିଆ ପଞ୍ଚାୟତ ଋଷିଗୁଡ଼ା ଗାଁରେ। ତା ଘରୁ ପୁଲିସ ୨ଟି ଦେଶୀ ବନ୍ଧୁକ ସମେତ ବନ୍ଧୁକ ପ୍ରସ୍ତୁତ ସାମଗ୍ରୀ ଜବତ କରିଛି।
ଅଭିଯୁକ୍ତ ମୁନିବର ଦୀର୍ଘ ଦିନ ଧରି ବେଆଇନ ବନ୍ଧୁକ ତିଆରୀ କାମରେ ଲିପ୍ତ ଥିଲା। ତେବେ ଏହି ବନ୍ଧୁକ କାରବାରରେ ଅନ୍ୟ କେହି ସମ୍ପୃକ୍ତ ଅଛି କି ନାହିଁ ତାହାର ତଦନ୍ତ ଚାଲିଥିବା ପୁଲିସ୍ କହିଛି।
