ଜେନାପୁର/୨୭/୦୪/ସନ୍ଧାନ ନିଉଜ୍/(ପ୍ରଶାନ୍ତ ସାମଲ):)ବୃତ୍ତି ଏଠି ମୋର ପୋଷେ କୁଟୁମ୍ବ ଧର୍ମଶାଳା ବ୍ଲକର ଏଣ୍ଡଳବା ପଞ୍ଚାୟତ ଅଧୀନରେ ଥିବା କୁମ୍ଭକାର ପରିବାର ମାନେ ମାଟିର ପାତ୍ର ମାନ ପ୍ରସ୍ତୁତ କରି ନିଜ ପରିବାର ଭରଣ ପୋଷଣ କରିଥାନ୍ତି। କିନ୍ତୁ ଏବେ ଏହି ବୃତ୍ତି ପରିବାର ଚଳାଇବା ପାଇଁ ଅସମ୍ଭବ ହେଇ ପଡୁଛି।କୁମ୍ଭକାର ମାନେ ସେମାନଙ୍କର ବୃତ୍ତି ହରାଉଥିବା ଭଳି ଦୃଶ୍ୟ ସମ୍ନାକୁ ଆସିଥିବା ଦେଖିବାକୁ ମିଳୁଛି। ମାଟିର ପାତ୍ର ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ କାଞ୍ଚମାଲ ଆଉ ବିଲ ବାଡିରୁ ମିଳୁ ନ ଥିବା ବେଳେ କରୋନାର ଦ୍ୱିତୀୟ ଲହରୀ ମହାମାରୀ ପାଇଁ ଲାଗିଥିବା କଟକଣା ସେମାନଙ୍କୁ ଅନ୍ୟ ବୃତ୍ତି ଆପଣେଇବାକୁ ବାଧ୍ୟ କରିଦେଉଛି। ଅନ୍ୟ ପଟେ ସରକାରୀ ପ୍ରୋତ୍ସାହନ ଅଭାବରୁ କୁମ୍ଭକାର ପରିବାର ବ୍ୟୟ ତୁଳନାରେ ଆୟ କରିପାରୁ ନ ଥିବା ପ୍ରକାଶ କରିଛ ନ୍ତି। ଧର୍ମଶାଳା ବ୍ଲକ ଏଣ୍ଡଳବା ପଞ୍ଚାୟତର ପାଟପୁର ଗ୍ରାମର, ବହୁ କୁମ୍ଭକାର ପରିବାର ବସବାସ କରୁଛନ୍ତି। ସେମାନେ ରାତି ପାହିଲେ ମାଟିର ପାତ୍ର ତିଆରି କରି ଗାଁରୁ ବଜାର ହାଟ ଆଦି ବୁଲି ବୁଲି ମାଟି ତିଆରି ଜିନିଷ ବିକ୍ରିକରି ପରିବାର ଚଳାଇଥାନ୍ତି। ଶୁଭ କାର୍ଯ୍ଯ ହେଉ ଅବା ଶୁଦ୍ଧିକ୍ରିୟା ସବୁଠି ମାଟି ପାତ୍ର ର ଆବଶ୍ୟକ ରହୁଥିବା ବେଳେ ଏହି ପରିବାର ସେମାନଙ୍କ ମାଟି ତିଆରି ଜିନିଷ ପହଞ୍ଚାଇ ଥାନ୍ତି। ହେଲେ ଆବଶ୍ୟକ କାଞ୍ଚମାଲ ସାଙ୍ଗକୁ ପ୍ରୋତ୍ସାହନ ଅଭାବରୁ ଏବଂ କରୋନା ପ୍ରବେଶ ଦିନରୁ ମାଟି ପାତ୍ରର ଚାହିଦା କମି ଯାଇଥିବାରୁ ଏବେ କୁମ୍ଭକାର ତିଆରି କରିଥିବା ହାଣ୍ଡି, ମାଠିଆ,କଳସ, ଦୀପ, ଝୁଣା ଦୀପ, ମାଟି ତାୱା,ଉଠାଚୁଲି,ଆଦି ଘର ଭିତରେ ପଡ଼ି ରହିଛି। ବର୍ତମାନ କରୋନାର ଦ୍ୱିତୀୟ ଲହରୀ ଆସିବାରୁ କୁମ୍ଭକାର ମାନେ ତିଆରି କରିଥିବା ଜିନିଷ ଗୁଡ଼ିକ କିପରି ବିକ୍ରି କରିବେ ଚିନ୍ତାରେ ପଡ଼ି ଯାଇଛନ୍ତି। କୁମ୍ଭକାର ମାନଙ୍କୁ ସରକାରୀ ପ୍ରୋତ୍ସାହନ ଯୋଗାଇବାକୁ ସାଧାରଣରେ ଦାବି ହେଉଛି।
ତାଜା ଖବର
- ଭର୍ଚୁଆଲ ମାଧ୍ୟମରେ ବିକଶିତ ଗାଁ ବିକଶିତ ଓଡ଼ିଶାର ଶୁଭାରମ୍ଭ
- ଗ୍ରୁପ ଡ଼ି ଆସୋସିଏସନ ସଭାପତି ଙ୍କ ଧର୍ମଶାଳା ଗସ୍ତ।
- ମୁକୁନ୍ଦ ପାତ୍ର ଡ଼ିଗ୍ରୀ ମହାବିଦ୍ୟାଳୟ, ବଳରାମପୁର ବାର୍ଷିକ କ୍ରୀଡ଼ା ଉତ୍ସବ ଉଯାପିତ
- ଜମନକିରା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ର ବାର୍ଷିକୋତ୍ସବ; ଜୀବନରେ ଅସଫଳତା ହିଁ ସଫଳତାର ଚାବିକାଠି…..ବିଡ଼ିଓ ରବୀନ୍ଦ୍ର ସେଠୀ
- ଉଠିଲା ସ୍ୱାଭିମାନର ସ୍ୱର:ରେଢ଼ାଖୋଲ ନିର୍ବାଚନ ମଣ୍ଡଳୀ ବାସିନ୍ଦା କାହିଁକି ନହେବେ, ବିଧାୟକ ପ୍ରାର୍ଥୀ !
- ଫେବୃଆରୀ ୧୫ ତାରିଖ ପର୍ଯ୍ୟନ୍ତ ବଢ଼ିଲା ଇ-କେଓ୍ବାଇସି ସମୟ ସୀମା
- ଧନୁଯାତ୍ରାରେ କମ୍ପୁଛି ପରମାଣପୁର, ଆଜି ଆସୁଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ
- ନବ ଦାସ ହତ୍ୟାକାଣ୍ଡ: ଦୁଇ ସପ୍ତାହ ମଧ୍ୟରେ ସିବିଆଇ ତଦନ୍ତ ଲାଗି ଚିଠି ଲେଖିବେ ଦୀପାଳି !
- ଅନଲାଇନ ଟ୍ରେଡିଂ ନାଁରେ ୪ କୋଟି ଠକେଇ: ଠକ ଅପହୃତ, ଟଙ୍କା ଭାଗ ବଣ୍ଟାକୁ ନେଇ ଗୋଷ୍ଠୀ ସଂଘର୍ଷ
- ପିପିଲି ବଜାର ଦେଇ ବସ୍ ଚଳାଚଳ ଦାବିରେ ରାସ୍ତାରୋକ