ବୁଢ଼ାବଳଙ୍ଗ ନଦୀରୁ ଅଚିହ୍ନ ଯୁବକର ମୃତଦେହ ଉଦ୍ଧାର

Spread the love

ମୟୁରଭଞ୍ଜ, ୧୦/୫ (ସନ୍ଧାନ ନିୟୁଜ) ବାରିପଦା ସହର ଦେଇ ପ୍ରଭାବିତ ହୋଇଥିବା ବୁଢ଼ାବଳଙ୍ଗ ନଦୀର ବାବୁସହି ଘାଟ ନିକଟରେ ନଦୀରେ ଭାସୁଥିବା ଅବସ୍ଥାରେ ଜଣେ ଅଚିହ୍ନା ଯୁବକର ଶବ ଦେଖି ଗ୍ରାମର ଲୋକମାନେ ବାରିପଦା ପୋଲିସ ଓ ଅଗ୍ନିଶମ ବିଭାଗକୁ ଜଣାଇଥିଲେ। ଖବର ପାଇ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନଦୀରୁ ଶବଟିକୁ ଉଦ୍ଧାର କରିବା ସହ ବ୍ୟବଛେଦ ନିମନ୍ତେ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜକୁ ପଠାଇଥିବାର ଜଣାପଡିଛି। ହେଲେ ବର୍ତ୍ତମାନ ସୁଦ୍ଧା ମୃତ ଯୁବକର ପରିଚୟ ମିଳିନଥିବାର ପୋଲିସ ସୁତ୍ରରୁ ଜଣାପଡିଛି।

Report P Das

Related Posts

About The Author

Add Comment