ବୁଗୁଡ଼ା :ତୃତୀୟ ଦିନ ସୁଦ୍ଧା ଟୀକା ନେଲେ ୨୮୬ ଜଣ
ବୁଗୁଡ଼ା :ତୃତୀୟ ଦିନ ସୁଦ୍ଧା ଟୀକା ନେଲେ ୨୮୬ ଜଣ
Manas Kumar Rout |
January 21, 2021 |
ବୁଗୁଡା :୨୧/୧/୨୦୨୧(ସନ୍ଧାନ ନିଉଜ) : ବୁଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ ଟୀକାକରଣ କାର୍ଯ୍ୟକ୍ରମର ତୃତୀୟ ଦିନରେ ୧୦୧ ଜଣ ଟୀକା ନେଇଥିବା ସୂଚନା ମିଳିଛି l ପ୍ରଥମ ଦିନରେ ୬୦ ଓ ଦ୍ବିତୀୟ ଦିନରେ ୧୨୫ ଶହେ ଜଣ ଟୀକା ଗ୍ରହଣ କରିଥିଲେ l ଆଜି ୨୧ ଜଣ ଅଙ୍ଗନବାଡି କର୍ମୀ, ୬୧ ଜଣ ସହାୟିକା, ୩ ଜଣ ଆଶା କର୍ମୀ, ୧୬ ଜଣ ମେଡିକାଲ କର୍ମଚାରୀଙ୍କୁ ମିଶାଇ ୧୦୧ ଜଣଙ୍କୁ ଟୀକା ପ୍ରଦାନ କରାଯାଇଛି l ଭେକସିନ ଅଧିକାରୀ ରଞ୍ଜିତା ବେବର୍ତ୍ତା, ରଶ୍ମିତା ସାହୁ ଟୁକୁନି ସ୍ୱାଇଁ, ରେଶମା ରାଣୀ ସ୍ୱାଇଁ, ଅଶୋକ ନାୟକ, ସଂଗ୍ରାମ ପ୍ରଧାନ, ଗଣେଶ କଣ୍ଡେଇ ପ୍ରମୁଖ ଟୀକା ପ୍ରଦାନ କରିଥିଲେ l ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ୪୨୮ଟି ଟୀକା ଆସିଥିବା ବେଳେ ଆଜି ସୁଦ୍ଧା ୨୮୬ ଜଣ ଟୀକା ଗ୍ରହଣ କରିଥିବା ଜଣାଯାଇଛି ।

Related Posts
About The Author