ସୁନ୍ଦରଗଡ଼,୩୦/୧୦/୨୩(ସନ୍ଧାନ ନ୍ୟୁଜ/ରାଜୁ ପଟେଲଙ୍କ /ସନ୍ୟାସୀ ସାହୁ): ସୁନ୍ଦରଗଡ଼ ର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ବିହାରୀ ସମାଜର ପୂର୍ବ ପ୍ରସ୍ତୁତି ଅନୁଯାଇ ନୂଆଖାଇ ଭେଟଘାଟର ପ୍ରସ୍ତୁତି କରାଯାଇଥିଲା। ଏଥିରେ ୪୦୦୦ ବିହାରୀ ସମାଜର ଲୋକ ସମାଗମ ଦେଖିବାକୁ ମିଳିଥିଲା ।ମୁଖ୍ୟ ଅତିଥି ଭାବରେ ଚମେଲି ଓରାମ ଯୋଗଦେଇଥିବା ବେଳେ ଶ୍ରୀମତୀ ତନୟା ମିଶ୍ର ଛଟ ପୂଜା ବିଷୟରେ ଉଦବୋଧନ ଦେଇଥିଲେ । ମୁଖ୍ୟ ଅତିଥି ଭାବେ ପୁର୍ବତନ ବାଚସ୍ପତି ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ପଟେଲ,ଭାଇସ ଚେୟାରମେନ ଲଲାଟେନ୍ଦୁ ପରିଡା,ପୁର୍ବତନ ମୁନସିପାଲଟି ଚେୟାରମ୍ୟାନ ଶ୍ରୀ ରାଜକିଶୋର ଷଡଙ୍ଗୀ,ଶ୍ରୀ ବେଣୁମାଧବ ତ୍ରିପାଠୀ,ପୁର୍ବତନ ଏସ.ଡି. ସି ଚେୟାରମ୍ୟାନ ଶ୍ରୀ ସନ୍ତୋଷ ଅମାତ ସହିତ ସମସ୍ତ ମେମ୍ବର ଉପସ୍ଥିତ ଥିଲେ। ମୁଖ୍ୟ ଆକର୍ଷଣ ଭାବେ ପଦ୍ମଶ୍ରୀ ଦିଲୀପ ତିର୍କୀ ଯୋଗଦାନ କରିଥିଲେ।ଏହି ଉସବରେ ପ୍ରତିଯୋଗିତା କରାଯାଇ ସଫଳ ହୋଇଥିବା ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା। ମନୋଜ ସାହୁ ଓ ଶ୍ରୀମତୀ ଅଞ୍ଜନା ସାହୁ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ସଚିନ୍ଦ୍ର ବିଶ୍ଵକର୍ମା ଧନ୍ୟବାଦ ଅର୍ପଣ କରିଥିଲେ । ସଭାକୁ ସ୍ଫଲକରିବା ପାଇଁ ସ୍ଥାନୀୟ ସଭାପତି ସହ ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ ।
ବିହାରୀ ସମାଜର ପୂର୍ବ ପ୍ରସ୍ତୁତି ଅନୁଯାଇ ନୂଆଖାଇ ଭେଟଘାଟ
|
October 30, 2023 |
