ବିଶ୍ୱ ଏଡ୍ସ୍ ଦିବସ ପାଳିତ

Spread the love

ଯାଜପୁର, ୦୧/୧୨/୨୦ (ସନ୍ଧାନ ନିଉଜ) : ସୋମବାର ଦିନ ବିଶ୍ୱ ଏଡ୍ସ୍ ଦିବସ-୨୦୨୦ ଅବସରରେ ଏକ ସଚେତନତା ରଥକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଉଦ୍ଘାଟନ କରିଥିଲେ । ଏହି ସଚେତନତା ରଥ ୩ ଦିନ ଧରି ଜିଲ୍ଲାର ସମସ୍ତ ବ୍ଲକକୁ ଯାଇ ଏଡ୍ସ୍ ବିଷୟରେ ଲୋକ ମାନଙ୍କୁ ସଚେତନ କରିବ । ଏ ସଂପର୍କରେ ଏକ ସଚେତନତା ସଭା ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଳ୍ା ମୁଖ୍ୟ ଚିକିତ୍ସାକାରୀ ଡା. ସୁଧାଂଶୁ ଶେଖର ବଳ ସଭାପତିତ୍ୱ କରିଥିଲେ । ଏହି ସଭାରେ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା. ଏ.କେ. ନାଥଶର୍ମା ଏବଂ ଯକ୍ଷ୍ମା ବିଭାଗର ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା. ଦେବରାଜ ହାସଦା, ଏପିଡୋମୋଲୋଜିଷ୍ଟ ଡା. ପାର୍ଥସାରଥୀ ମିଶ୍ର, ଉପସ୍ଥିତ ରହି ସମସ୍ତ କ୍ଷେତ୍ର ସ୍ତରୀୟ କର୍ମକର୍ତ୍ତା ମାନଙ୍କୁ ସଚେତନ କରିଥିଲେ । ପିପିମ୍ ଅଧିକାରୀ ମାନସ ରଂଜନ ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଜିଲ୍ଲା ଆଇ.ସି.ଟି.ସି. ସୁପରଭାଇଜର ଅଶୋକ କୁମାର ନାୟକ ବିଷୟବସ୍ତୁ ଉପରେ ଆଲୋକପାତ କରିଥିଲେ । ଜିଲ୍ଲାର ସମସ୍ତ ଚିକିତ୍ସାଳୟର କ୍ଷେତ୍ର ସ୍ତରୀୟ କର୍ମଚାରୀ ମାନେ ଯୋଗ ଦେଇଥିଲେ । ସଭାରେ ମଧୁସୂଦନ ସାଥୁଆ, ଦେବେନ୍ଦ୍ର ନାଥ ଭୂୟାଁ , ସ୍ୱର୍ଣ୍ଣପ୍ରଭା ନନ୍ଦ, ସୁଦିପ୍ତା ଜେନା, ବିବେକାନନ୍ଦ ବାରିକ, ସଂଧ୍ୟାରାଣୀ ସାହୁ, ଚିନ୍ମୟୀ ଜେନା, ଅବିନ୍ଧିତା ଦ୍ୱିବେଦୀ, ସଂଧ୍ୟା ସମିରା ବିଶ୍ୱାଳ, ଅଭିଷେକ ବିଶ୍ୱାଳ, ଧର୍ମେନ୍ଦ୍ର ସାହୁ, ସ୍ମୃତି ରଂଜନ ସାହାଣୀ ପ୍ରମୁଖ ଯୋଗଦେଇ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ସର୍ବ ଶେଷରେ ସାମାଜିକ କର୍ମୀ ତଥା ଏନ୍.ଆଇ.ଏସ.ଡବ୍ଳୁ. ଋ ସଂପାଦକ ପବିତ୍ର ମୋହନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

About The Author

Add Comment