ଯାଜପୁର ସଦର ୨୭/୦୨ (ସନ୍ଧାନ ନିୟୁଜ) ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବ୍ରହ୍ମବରଦା ଠାରେ ୨୫ ବର୍ଷ ପରେ ବିଶ୍ୱ ଆଲିମ୍ ଇଜିତିମା କରାଯାଉଥିବା ବେଳ, ମାତ୍ର ୨ ଦିନ ଇଜ୍ତମା ବାକି ରହିଥିବା ବେଳେ, ଜିଲ୍ଲା ପ୍ରଶାସନ ଘନଘନ ଗସ୍ତ କରିବା ସହିତ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟ କରାଯାଇଥିଲା । ଏହି ଅବସରରେ ଯାଜପୁର ସାଂସଦ ଇଜିତିମା ୨ ଦିନ ରହିଥିବାରୁ ଯାଜପୁର ସାଂସଦ ଶ୍ରମିଷ୍ଠା ସେଠୀ ଯୋଗଦେଇ ବିଶ୍ୱ ଆଲିମ୍ ଇଜିତିମା ସମିକ୍ଷା କରିବା ସହିତ ଆସନ୍ତା ୨୯ ତାରିଖରୁ ଆରମ୍ଭ କରାଯାଇ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଶ୍ରୀମତୀ ଶ୍ରମିଷ୍ଠା ସେଠୀ ସମିକ୍ଷା କରିଥିଲେ । ପ୍ରସ୍ତୁତି କାର୍ଯ୍ୟ ଶେଷ ପର୍ଯ୍ୟାୟରେ ସରିଥିବା ବେଳେ, ଆଉ ମାତ୍ର ୨ ଦିନ ଇଜ୍ତମା ବାକି ଯାଜପୁର ସାଂସଦ ଶ୍ରମିଷ୍ଠା ସେଠୀ ମଙ୍ଗଳବାର ଦିନ ବ୍ରହ୍ମବରଦାରେ ପହଁଞ୍ଚô ଇଜ୍ତମା ପଡ଼ିଆକୁ ସମିକ୍ଷା କରିଥିଲେ । ସମ୍ମିଳନୀ ସ୍ଥଳ ବୁଲିବା ସହିତ ଟ୍ରାଫିକ୍ ପାକିଂକ୍ ସ୍ଥଳ ବିଦୁ୍ୟତ ପାନୀୟ ଜଳ ପାଇଁ କମିଟିର କର୍ମକର୍ତ୍ତା ମାନଙ୍କ ସହିତ ଶ୍ରୀମତୀ ଶ୍ରମିଷ୍ଠା ସେଠୀ ଆଲୋଚନା କରିଥିଲେ । ଇଜ୍ତମା କମିଟିର ସଭାପତି ଜାବିର ଅଲ୍ଲୀ ସମ୍ପାଦକ ବାମ ଖାଁ ଅଲ୍ ଓଡ଼ିଶା ଇଜ୍ତମା କମିଟିର ମୁଖ୍ୟ ମହମ୍ମଦ ମୁକିମ୍ କମିଟିର ସଭ୍ୟ ଜୁଲଫିତର ଅଲ୍ଲୀ, ବିଜେଡ଼ି ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦିପ ଦାସ, ବ୍ରହ୍ମବରଦା ସରପଞ୍ଚ ବିଜୟ କୁମାର ଦାସ, ପୂର୍ବତନ ସରପଞ୍ଚ ବିପିନ ବିହାରୀ ଦେଓ ଏବଂ କମିଟିର କର୍ମକର୍ତ୍ତା ମାନଙ୍କ ସହିତ ଶ୍ରୀମତୀ ସେଠୀ ଆଲୋଚନା କରିଥିଲେ । ଶ୍ରଦ୍ଧାଳୁ ଭକ୍ତ ମାନେ କିପରି ଟ୍ରେନ୍ ଯୋଗେ କିପରି ଆସିପାରିବେ ସେଥିପାଇଁ ସାଂସଦଙ୍କ ନିକଟରେ କମିଟି ଦାବୀ କରିଥିଲା । ଯାହାକି ଏଦିଗରେ ଦୃଷ୍ଟି ଦେବା ବୋଲି ଯାଜପୁର ସାଂସଦ ରେଳମନ୍ତ୍ରାଳୟ ସହିତ ଆଲୋଚନା କରି ପଦକ୍ଷେପ ନେବେ ବୋଲି ସୂଚନା ଦେଇଥିଲେ । ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଁଞ୍ଚôଥିବା ବେଳେ, ଟ୍ରାଫିକ୍ ନିୟନ୍ତ୍ରଣ ଉପରେ ନଜର ରଖିବାଲାଗି କମିଟିର ସଦସ୍ୟ ମାନେ ସାଂସଦଙ୍କ ଦୃଷ୍ଟି ଆକର୍ଶଣ କରିଥିଲା ।
ବିଶ୍ୱ ଆଲିମ୍ ଇଜିତିମାକୁ ଯାଜପୁର ସାଂସଦ ସମିକ୍ଷା କଲେ
|
February 27, 2020 |


