ଯାଜପୁର ସଦର, ୦୬ା୧୨ (ସନ୍ଧାନ ନ୍ୟୁଜ୍): ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ଅତଲାପୁର ପଂଚାୟତ ଅତଲାପୁର ଗ୍ରାମର ବିଶିଷ୍ଟ ସାମ୍ବାଦିକ ଏମବିସି ଟିଭିର ପ୍ରତିନିଧି ପ୍ରତାପ ପୃଷ୍ଟିଙ୍କ ବାପା ବିଶିଷ୍ଟ ବ୍ୟବସାୟୀ ରବିନ୍ଦ୍ର କୁମାର ପୃଷ୍ଟି ୭୦ ବର୍ଷ ବୟଷରେ ପରଲୋକ ହେବାରୁ ବ୍ରହ୍ମବରଦା ପ୍ରେସକ୍ଲବର ସଭାପତି ବାପୁଜୀ ଚରଣ ଜେନା, ସମ୍ପାଦକ ଯଯାତୀ କେଶରୀ ବେହେରା ପ୍ରେସ କ୍ଲବର ସଭ୍ୟମାନେ ଦୁଃଖ ପ୍ରକାଶ କରିବା ସହିତ ତାଙ୍କ ବାପାଙ୍କ ଆତ୍ମାର ସଦଗତି ହେଉବୋଲି ଭଗବାନଙ୍କ ନିକଟରେ ପ୍ରାର୍ଥନା କରିଥିଲେ । ଶୋକାକୁଳ ପରିବେଶରେ ଶ୍ରୀ ପୃଷ୍ଟିଙ୍କର ଶବ ସଂସ୍କାର କରାଯିବା ସହିତ ବାଲିପାଟଣା ଗ୍ରାମରେ ଶୋକର ଛାୟା ଖେଳିଯାଇଥିଲା । ଶ୍ରୀ ପୃଷ୍ଟିଙ୍କ ପତ୍ନୀ, ପୁଅ, ବୋହୁ, ନାତୁଣୀ ଉପସ୍ଥିତ ରହିଥିବା ବେଳେ, ତାଙ୍କ ବଡ଼ପୁଅ ସୁଶାନ୍ତ ପୃଷ୍ଟି ମୁଖାଗ୍ନୀ ଦେଇଥିଲେ ।
ବିଶିଷ୍ଠ ବ୍ୟବସାୟୀଙ୍କ ପରଲୋକ
|
December 8, 2023 |
