କଟକ (ସନ୍ଧାନ ନିଉଜ) : ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷର ପ୍ରଣେତା ବିଶିଷ୍ଟ ସାହିତ୍ୟିକ ଗୋପାଳ ଚନ୍ଦ୍ର ପ୍ରହରାଜଙ୍କ ୭୮ ତମ ଶ୍ରାଦ୍ଧ ଉତ୍ସବ କଟକ ସଦର ସିଦ୍ଧେଶ୍ୱରପୁର ଗୋପାଳ ସ୍ମୃତି ବିଦ୍ୟାପୀଠରେ ପ୍ରହରାଜ ପ୍ରତିଭା ପୂଜା ପରିଷଦ ଏବଂ ଗୋପାଳ ସ୍ମୃତି ବିଦ୍ୟାପୀଠର ପୁରାତନ ଛାତ୍ର ସଂସଦ ମିଳିତ ଆନୁକୁଲ୍ୟରେ ପାଳିତ ହୋଇଯାଇଛି । ପରିଷଦର ସଭାପତି ବ୍ୟଙ୍ଗ କବି ପ୍ରତାପ ଚନ୍ଦ୍ର ବେହେରାଙ୍କ ପୌରୋହିତ୍ୟରେ ବରେଣ୍ୟ ଅତିଥି ଭାବେ ଆଷାଢ଼ ସାହିତ୍ୟ ସଂସଦର ସମ୍ପାଦକ କବି ପୀତାମ୍ବର ମହାପାତ୍ର , କବି ରମାକାନ୍ତ ନାୟକ, ବିଦ୍ୟାପୀଠର ବରିଷ୍ଠ ଶିକ୍ଷକ ନିକୁଞ୍ଜ କିଶୋର ପାଣିଗ୍ରାହୀ,ଶିକ୍ଷୟିତ୍ରୀ ମମତାମୟୀ ବାରିକ,ପ୍ରମୋଦ କୁମାର ଦାସ ପ୍ରମୁଖ ଯୋଗଦେଇ ବିଦ୍ୟାପୀଠ ପରିସରରେ ଥିବା ପ୍ରହରାଜଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ତାଙ୍କ ସାହିତ୍ୟ କୃତି ଉପରେ ଆଲୋଚନା କରିଥିଲେ । ବାସୁଦେବ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
ବିଶିଷ୍ଟ ସାହିତ୍ୟିକ ଗୋପାଳ ପ୍ରହରାଜଙ୍କ ୭୮ ତମ ଶ୍ରାଦ୍ଧ ପାଳିତ
|
May 21, 2023 |
![](https://sandhannews.com/wp-content/uploads/2023/05/WhatsApp-Image-2023-05-16-at-12.30.11.jpeg)