ବିଶିଷ୍ଟ ସଙ୍ଗୀତଜ୍ଞ ଅଭିଜିତ ମଜୁମଦାରଙ୍କୁ ଓଡ଼ିଶା ମେଲୋଡି ଆସୋସିଏସନ୍ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ ।

Spread the love
କଟକ  ୧୦/୨ /୨୬ (ସନ୍ଧାନ ନ୍ୟୁଜ ) :  ଓଡ଼ିଶା ସଙ୍ଗୀତ ଜଗତର ଉଜ୍ଜ୍ୱଳ ତାରକା,ପ୍ରସିଦ୍ଧ ସଙ୍ଗୀତଜ୍ଞ ତଥା ନିର୍ଦ୍ଦେଶକ ସ୍ୱର୍ଗତ ଅଭିଜିତ ମଜୁମଦାରଙ୍କ ସ୍ମୃତିରେ ଓଡ଼ିଶା ମେଲୋଡି ଆସୋସିଏସନ୍ (ଓଏମଏ) ପକ୍ଷରୁ ଟାଉନ୍‌ ହଲ ଠାରେ ଶ୍ରଦ୍ଧାଞ୍ଜଳି ସଭା ଆୟୋଜିତ ହୋଇ ସଭାରେ ଓଡ଼ିଶା ସଙ୍ଗୀତ ଜଗତର ବହୁ କଳାକାର, ସଙ୍ଗୀତଜ୍ଞ,ସହକର୍ମୀ ଓ ଓଏମଏର ସଭାପତି ଦୀପକ ବାଯୋରିଆ,ସମ୍ପାଦକ ଲୁଲୁ ମହାନ୍ତି,କାର୍ଯ୍ୟକାରୀ ସଭାପତି ଅଜୟ କର,ଉପସଭାପତି ଅରବିନ୍ଦ ବଳିଆର ସିଂ,କୋଷାଧ୍ୟକ୍ଷ ପାର୍ଥ ମିଶ୍ର, ସହ କୋଷାଧକ୍ଷ ନରେଶ ମଲ୍ଲିକ ଏବଂ ଉପଦେଷ୍ଟା ମଣ୍ଡଳୀ ଶ୍ୟାମ କୁମାର,ଅଞ୍ଜନ ମହାନା,ବିରେନ୍ଦ୍ର ଦାସ,ପ୍ରଦୀପ ମହାପାତ୍ର, ନିଲୁ ମହାନ୍ତି ପ୍ରମୁଖ ଯୋଗ ଦେଇ ସ୍ୱର୍ଗତ ଅଭିଜିତ ମଜୁମଦାରଙ୍କ ଫଟୋ ଚିତ୍ରରେ ପୁଷ୍ପାଞ୍ଜଳି ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ । ତାଙ୍କ ସଙ୍ଗୀତମୟ ଜୀବନୀ,ଓଲିଉଡରେ ସ୍ମରଣୀୟ ଗୀତ,ନୂଆ ପ୍ରତିଭାଙ୍କୁ ଗଢ଼ିବାରେ ତାଙ୍କ ଅବଦାନ,ମଞ୍ଚରେ ଗୀତ ଗାଇବା ଓ ପ୍ରୋଗ୍ରାମ କରିବାର ଅଭିଜ୍ଞତା ସମ୍ପର୍କରେ ବିଭିନ୍ନ କଳାକାର ମତବ୍ୟକ୍ତ କରିଥିଲେ । ଅଭିଜିତ ଦାଦାଙ୍କ ଧର୍ମ ପତ୍ନୀ ଓ ତାଙ୍କ ପୁଅଙ୍କୁ ଶ୍ରଦ୍ଧା ଶାନ୍ତ୍ୱନା ଦେଇ ମଞ୍ଚରେ ସମ୍ମାନିତ କରାଯାଇଥିଲା ପରେ ପରେ ଉପସ୍ଥିତ କଳାକାରମାନେ ଦାଦାଙ୍କର ଲୋକପ୍ରିୟ ଗୀତଗୁଡ଼ିକୁ ତାଙ୍କ କଣ୍ଠରେ ଗାଇ ସ୍ୱର୍ଗତ ଅଭିଜିତ ମଜୁମଦାରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ! ଶ୍ୟାମ କୁମାର  ଧନ୍ୟବାଦ ଅର୍ପଣ କରିଥିଲେ !

Related Posts

About The Author

Add Comment