ଢ଼େଙ୍କାନାଳ, 21.01.2021(ସନ୍ଧାନ ନିଉଜ୍) : ବନ ବିଭାଗର ଅତର୍କିତ ଚଢ଼ାଉ। ଢେଙ୍କାନାଳ କପିଳାଶ ରେଞ୍ଜ ବନ କର୍ମଚାରୀମାନେ ଢେଙ୍କାନାଳ ନିହଲ ପ୍ରସାଦ ଅଞ୍ଚଳରେ ଚଢ଼ାଉ କରି ହରିଣ ଛାଲ ଓ ବଜ୍ର କାପ୍ତାକାତି ଜବତ କରିଛି। ଏଥିସହ ୪ ଶିକାରୀଙ୍କୁ ଗିରଫ କରିଛି । ଢେଙ୍କାନାଳ ଜିଲ୍ଲା କପିଳାଶ ଅଭୟାରଣ୍ୟରୁ ତଥାପି କମି ନାହିଁ ବନ୍ୟଜନ୍ତୁ ଶିକାର। ଏ ନେଇ ଗତକିଛି ମାସ ହେବ ବନବିଭାଗ ପକ୍ଷରୁ ତନାଘନା ଜାରି ରହିଥିଲା। ବନ ବିଭାଗର କର୍ମଚାରୀମାନେ ଚଢ଼ାଉ କରି ବନ୍ଧୁକ, ବନ୍ୟଜନ୍ତୁ ଛାଲ, ଖପୁରୀ ଓ ସିଙ୍ଘ ଆଦି ଜବତ କରିଛନ୍ତି । ମାତ୍ର ତଥାପି ଶିକାରୀଙ୍କ ଏହି ଅଞ୍ଚଳରେ ଶିକାରୀଙ୍କ ପତିଆରା କମି ନାହିଁ। ଫଳରେ ବିଶେଷ ସୁତ୍ରରୁ ଖବର ପାଇ ଗତ ରାତିରେ କପିଳାଶ ବନ କର୍ମଚାରୀମାନେ ଗଁନ୍ଦିଆ ବ୍ଲକର ନିହଲ ପ୍ରସାଦ ଥାନା ଅଞ୍ଚଳରେ ଚଢ଼ାଉ କରିଥିଲେ । ଏହି ଚଢ଼ାଉରେ ଗୋଟିଏ ହରିଣର ଛାଲ, ୭ଟି ବଜ୍ରକାପ୍ତା କାତି ଜବତ କରିବାରେ ସକ୍ଷମ ହୋଇଛନ୍ତି । ତେବେ ଏହାକୁ ବାହାରକୁ ଚାଲାଣ କରୁଥିବା ୪ ଶିକାରୀଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଗିରଫମାନେ ନିହଲ ପ୍ରସାଦ କରଡ଼ାବଣୀର ସଞ୍ଜୟ ସାହୁ ବଳରାମ ସାହୁ, ଗଡ଼ ଖାଙ୍କିରା ଗ୍ରାମର ଶ୍ରୀକୃଷ୍ଣ ସାହୁ ଓ ଟୋଲର ପଶି ଗ୍ରାମର ବଙ୍ଗାଳି ଦେହୁରୀ। ଗିରଫ ପରେ ଶିକାରୀଙ୍କୁ କୋର୍ଟ ଚାଲାଣା କରାଯାଇଛି।
ବିଭିନ୍ନ ବନ୍ୟଜନ୍ତୁଙ୍କ ଛାଲ ଜବତ, ୪ ଶିକାରୀ ଗିରଫ
|
January 21, 2021 |
