ବିବାହିତ ଯୁବକଙ୍କ ନାମରେ ମାମଲା

Spread the love

ବାରିପଦା, 02.12.2020 (ଲିଙ୍ଗରାଜ ପଣ୍ଡା): ବିବାହର ପ୍ରତିଶ୍ରୁତି ଦେଇ ପ୍ରଥମେ ଲଭ୍ ଆଉ ତାପରେ ସେକ୍ସ ଏବଂ ଧୋକା ଅଭିଯୋଗରେ ଟାଉନ ଥାନା ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ ବାରିପଦା ଷ୍ଟେସନବଜାର ଅଞ୍ଚଳର ଜନୈକ ଯୁବତୀଙ୍କୁ ସହର ଉପକଣ୍ଠ ତକତପୁର କଲୋନି ସାହି ଅଞ୍ଚଳର ପ୍ରଦୀପ ମିଶ୍ର(୩୩) ବିବାହର ପ୍ରତିଶ୍ରୁତି ଦେଇ ଭଲ ପାଉଥିଲେ । ତେବେ ଉଭୟଙ୍କ ମଧ୍ୟରେ ସମ୍ପର୍କ ଆଗକୁ ବଢି ଥି ବା ବେଳେ ଯୁବତୀଙ୍କ ବିବାହ ପ୍ରସ୍ତାବକୁ ପ୍ରଦୀପ ବିଳମ୍ଭ କରି କରି ଚାଲୁଥିବା  ପୀଡ଼ିତା ଅଭିଯୋଗରେ ଦର୍ଶାଇଛନ୍ତି । ତେବେ ଉଭୟଙ୍କ ମଧ୍ୟରେ ଜାତି ଗତ ପ୍ରଭେଦ ଥିବାବେଳେ ପରିବାରର ଆଳ ଦେଖାଇ ବିବାହ ପ୍ରସ୍ତାବକୁ ବିଳମ୍ବିତ କରି ବାସହିତ ବାରମ୍ବାର ପୀଡ଼ିତାଙ୍କ ସହିତ ଶାରିରୀକ ସମ୍ପର୍କ ରଖିଚାଲିଥିବା ଅଭିଯୋଗ ହୋଇଛି ମାତ୍ର ଇତିମଧ୍ୟରେ ପୀଡ଼ିତାଙ୍କ ଅଗୋଚରରେ ପ୍ରଦୀପ ବିବାହ କରିସାରିଥିବା ଜାଣିବାପରେ ଯୁବତୀ ଜଣକ ମଙ୍ଗଳବାର ଟାଉନଥାନାର ଦ୍ବାରସ୍ଥ ହୋଇଥିଲେ । ପୀଡିତାଙ୍କ ଅଭିଯୋଗମୂଳେ ବିଭିନ୍ନ ଦଫାରେ କେସ ୮୫୬|୨୦୨୦ ରୁଜୁକରି ପୁଲିସ ତଦନ୍ତ ଆରମ୍ଭ କରିଛି ।

 

Related Posts

About The Author

Add Comment