ବିବାଦୀୟ ଜମିରେ ପୋଖରୀ ଖନନ ମାମଲା, ଜିଲାପାଳ, ଜଳ ବିଭାଜିକା ପ୍ରକଳ୍ପ ଅଧିକାରୀଙ୍କୁ ନୋଟିସ

Spread the love
ରସୁଲପୁର, ୧୬/୩ (ସନ୍ଧାନ ନିୟୁଜ) ରସୁଲପୁର ବ୍ଲକର ଓଡିଶୋ ପଂଚାୟତରେ ଜଳଛାୟା ବିଭାଗ ପକ୍ଷରୁ ଏକ ବିବାଦୀୟ ଜମିିରେ ପୋଖରୀ ଖନନ କରାଯାଇଛି । ଉକ୍ତ ଜମିିକୁ ନେଇ ମାମାଲା କୋର୍ଟରେ ରହିଛି । ଏହା ସତ୍ୱେ ବିଭାଗ ଜମିିଜମା ସଂପର୍କିତ କାଗଜପତ୍ର ଯୋଗାଡ ନକରି ତରବରିଆ ଭାବବରେ ପୋଖରୀ ଖନନ କରି ଅର୍ଥ ହଡପ କରିବାକୁ ମସୁଧା କରୁଛିି । ଜମିର ସତ୍ୱାଧିକାରୀ ବୋଲି ଦାବି କରୁଥିବା ଓଡିଶୋ ଗ୍ରାମର ଭଗବାନ ବେହେରା ସିଭିଲ କୋର୍ଟରେ ମାମଲା ଦାୟର କରିଛନ୍ତି । ମାନ୍ୟବର କୋର୍ଟ ଗୁରୁବାର ଦିନ ଏ ନେଇ ଯାଜପୁର ଜିଲାପାଳ, ଜଳଛାୟା ବିଭାଗ ପ୍ରକଳ୍ପ ନିଦେ୍ର୍ଦଶକ, ରସୁଲପୁର ପ୍ରକଳ୍ପ ଅଧିକାରୀ ଧୃବ ଚରଣ ପଣ୍ଡାଙ୍କୁ ନୋଟିିସ ଜାରି କରିଛନ୍ତି ।
ଘଟଣାରୁ ପ୍ରକାଶ ଏହି ପଂଚାୟତ ନଡିଆଳି ମୌଜାରେ ଫେବୃଆରୀ ୨୮ ତାରିକରେ ଜଳଛାୟା ବିଭାଗ ପକ୍ଷରୁ ପୋଖରୀ ଖନନ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ପୋଖରୀ ଖୋଳା ଯାଇଥିବା ଜମିଟି ବ୍ୟକ୍ତିଗତ ମାଲିକାନାରରେ ରହିଛି । ଜମିିର ମାଲିିକ ଭବଗାନ ବାରିକଙ୍କ ପୂର୍ବପରୁଷ ଏହି ଜମିକୁ ଭୋଗ ଦଖଲ କରିଆସୁଛନ୍ତି । ଗତ ବ୍ନଦୋବସ୍ତରେ ଭୂଲବଶତଃ ଜମିର କିଶମ ପରିବର୍ତ୍ତନ ହୋଇ ଆବାଦେଯାଗ୍ୟ ଅନବାବାଦି କରାଯାଇଛି । ମାତ୍ର ଏହା ବିରୁଦ୍ଧରେ ଭଗବାନ ଯାଜପୁର ଜିଲା ସିଭିଲ କୋର୍ଟରେ ଧାରା-୮୦ ସି.ପି.ସିରେ ରାଜ୍ୟ ସରକାରଙ୍କୁ ପକ୍ଷଭୂକ୍ତ କରି ମାମଲା ରୁଜୁ କରିଥିଲେ । ଉକ୍ତ ମାମଲାରେ ସରକାର ପକ୍ଷ ରଖିନଥିଲେ । ଅଭିଯୋଗକାରୀ କୋର୍ଟରେ କେସ୍ ନଂ-୯୧୫/୨୦୧୪ରେ ଏକ ମାମଲା ରୁଜୁ କରିଥିଲେ । ଏଥିସହ ସାବିିକ ଖାତାରେ ୫.୨୫ଏକର ଜମିି ରହିଛିିା । ଯାହାର ସରକାରୀ ମୂଲ୍ୟ ୫.୨୫ଲକ୍ଷ ଟଙ୍କା ରହିଛି । ସେହି ମୁତାବକ କୋର୍ଟ ଫି ଦାଖଲ କରିଛନ୍ତି । ଉକ୍ତ ମାମଲା ସଂପର୍କରେ କୌଣସି ଫଇସାଲା ହୋଇନାହିଁ । ଏହିଭଳି ଏକ ବିବାଦୀୟ ଜମିରେ ବିଭାଗ ପକ୍ଷରୁ ପୋଖରୀ ଖନନ କରାଯାଇ ମାଟି ବିକ୍ରୀ କରି ଅର୍ଥ ହଡପ୍ କରିବା ସହ ପୋଖରୀ ବାବଦକୁ ବିଲ୍ କରାଇ ସରକାରୀ ଅର୍ଥକୁ ହଡପ କରିବାକୁ ମସୁଧା କରାଯାଉଛିି । ବେଅଇନ ଓ ବଳପୂର୍ବକ ପୋଖରୀ ଖନନରେ ଅଭିଯୋଗକାରୀଙ୍କର ଅପୂରଣୀୟ କ୍ଷତି ହୋଇଛି । ଉକ୍ତ କ୍ଷତିର ଭରଣା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ କୋର୍ଟ ପକ୍ଷରୁ ଜାରିି ହୋଇଥିବା ନୋଟିସରେ ଦର୍ଶାଇଛନ୍ତିି ।

Related Posts

About The Author

Add Comment