ବିବାଦ ଘେରରେ ମହତାବ ହାଇସ୍କୁଲ ସ୍କୁଲ ଛୁଟି ପରେ ଟ୍ରଲିରେ ମଧ୍ୟାନ୍ନ ଭୋଜନ ଚାଉଳ କୋରା ଚାଲାଣ ଅଭିଯୋଗ

Spread the love

ଯାଜପୁର ସଦର,  : ୧/୪/୨୬ (ସନ୍ଧାନ ନ୍ୟୁଜ )  ଦଶରଥପୁର ବ୍ଲକ ମଙ୍ଗଳପୁର ବଜାରସ୍ତ ମଙ୍ଗଳପୁର ମହତାବ ସରକାରୀ ଉଚ୍ଚ ବିଦ୍ୟାଳୟ ସବୁବେଳେ ଚର୍ଚ୍ଚାରେ ରହିଆସିଛି ।କେତେବେଳେ ବିଦ୍ୟାଳୟ ପରିସରରୁ ଗଛ କଟାକୁ ନେଇକି ତ କେତେବେଳେ ଶିକ୍ଷୟତ୍ରୀଙ୍କୁ ପ୍ରଧାନ ଶିକ୍ଷକଙ୍କ ନିର୍ଯାତନା ପାଇଁ ହେଉ କେତେବେଳେ ଛାତ୍ର ଛାତ୍ରୀଙ୍କୁ ରୋଷେଇ କାର୍ଯ୍ୟରେ ନିୟୋଜିତ କରି ଦୁର୍ଘଟଣାରେ ଶିକାର କଥା ହେଉ ଅଥବା ମଧ୍ୟାହ୍ନ ଭୋଜନରେ ପୋକରା ଚାଉଳ ରୋଷେଇ କରି ଚର୍ଚ୍ଚାରେ ରହିଆସୁଥିବା ମହତାବ ସରକାରୀ ଉଚ୍ଚ ବିଦ୍ୟାଳୟରେ ଦେଖିବାକୁ ମିଳିଛି ଏକ ଅପ୍ରିତିକର ଘଟଣା।ବିଦ୍ୟାଳୟ ମଧ୍ୟରେ ଶିକ୍ଷକ ସୁବ୍ରତ ମଲ୍ଲିକ କାହା ଅନୁମତିରେ ରହୁଛନ୍ତି?ବିଦ୍ୟାଳୟ ମଧ୍ୟରେ ରହିବା ପଛର କାରଣ କଣ?ଶନିବାର ଦିନ ସ୍କୁଲ ଛୁଟି ହେବା ପରେ ଦିନ ପ୍ରାୟ ୩ ଘଟିକା ସମୟରେ ବିଦ୍ୟାଳୟ ଗେଟ ଖୋଲି ଏକ ଟ୍ରଲି ପଶିବା ଓ କିଛି ସମୟ ମଧ୍ୟରେ ଟ୍ରଲିରେ କିଛି ସାମଗ୍ରୀ ବିଦ୍ୟାଳୟ ମଧ୍ୟରୁ ବଜାରକୁ ଆସୁଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଜଣଙ୍କ ଟ୍ରଲିଟିକୁ ଠେଲି ବିଦା କରିଥିବାର ନଜର ଆସିଛି।ବିଦ୍ୟାଳୟ ଗେଟ ଖୋଲିବା ଓ ଟ୍ରଲିଟିକୁ ଦ୍ରୁତ ଗତିରେ ଠେଲି ଗେଟ ପାର କରିବାର ନଜର ଆସିଥିବାବେଳେ ତେବେ କେଉଁ ପରିସ୍ଥିତିରେ ଟ୍ରଲିରେ କେଉଁ ଜିନିଷ ଆସି ବଜାରରେ ବିକ୍ରୟ ହେଲା ତୁରନ୍ତ ଏହାର ତଦନ୍ତ କରି ଜିଲ୍ଲା ଶିକ୍ଷା ବିଭାଗ ପଦକ୍ଷେପ ନେବାପାଇଁ ଅଞ୍ଚଳବାସୀଙ୍କ ତରଫରୁ ଦାବି ହୋଇଛି।ଟ୍ରଲିରେ ମଧ୍ୟାହ୍ନ ଭୋଜନ ପାଇଁ ଆସିଥିବା ଚାଉଳ ବଜାରରେ ବିକ୍ରୟ ହୋଇଥିବା ନେଇ ସାଧାରଣରେ ଅଭିଯୋଗ ହେଉଛି। ତେବେ ତଦନ୍ତ ପରେ ପ୍ରକୃତ ସତ ପଦାକୁ ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନାର ବିଷୟ ଵସ୍ତୁ ସାଜିଛି | ଏ ସମ୍ପର୍କରେ ବିଦ୍ୟାଳୟର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷକ ଦଶରଥ ଦାସଙ୍କୁ ଫୋନ କରିଥିଲେ ମଧ୍ୟ ଫୋନ ଉଠାଇ ନଥିଲେ |ତେବେ ତଦନ୍ତ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଜନସାଧାରଣଙ୍କ ଅପେକ୍ଷା |

Related Posts

About The Author

Add Comment