ସୁନ୍ଦରଗଡ ତା: ୧୬/୬/୨୦୨୩( ସନ୍ଧାନ ନିଉଜ/ରାଜୁ ପଟେଲ ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀଙ୍କ ସୁଶାସନ ୯ ବର୍ଷ ପୂର୍ତ୍ତି ଅବସରରେ ଏକ ମାସ ଧରି ଚାଲୁଥିବା ମହା ଜନ ସମ୍ପର୍କ ଅଭିଯାନ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଆଜି ସବଡେଗା ସ୍ଥିତ ନେତାଜୀ କ୍ଲବ ଠାରେ ସୁନ୍ଦରଗଡ଼ ସାଂଗଠନିକ ଜିଲ୍ଲା ଅନ୍ତର୍ଗତ ତଳସରା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଜିଲ୍ଲା ସଭାପତି ତଥା ମାନ୍ୟବର ତଳସରା ବିଧାୟକ ଶ୍ରୀଯୁକ୍ତ ଭବାନୀଶଙ୍କର ଭୋଇ ଜୀଙ୍କ ଅଧ୍ୟକ୍ଷତାରେ ସାତ ଗୋଟି ମୋର୍ଚ୍ଚାକୁ ନେଇ “ସଂଯୁକ୍ତ ମୋର୍ଚ୍ଚା” ସମ୍ମେଳନ ଅନୁଷ୍ଠିତ ହୋଇଥିଲା ।
ଏହି ସମ୍ମେଳନରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ସୁନ୍ଦରଗଡ଼ ସାଂସଦ, ସଂସଦୀୟ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ତଥା ପୂର୍ବତନ ଆଦିବାସୀ ବ୍ୟାପାର କଲ୍ୟାଣ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଜୁଏଲ ଓରାମ ମହୋଦୟ ଯୋଗଦେଇ ଏସଟି ,ଏସସି,ଓବିସି , ସଂଖ୍ୟାଲଘୁ, ଯୁବ, ମହିଳା ଓ କୃଷକ ମୋର୍ଚ୍ଚା ମାନଙ୍କ ପାଇଁ କେନ୍ଦ୍ରସରକାର କରିଥିବା ଯୋଜନା ବିଷୟରେ ଉପସ୍ଥିତ ମୋର୍ଚ୍ଚାର ସମସ୍ତ କାର୍ଯ୍ୟକର୍ତା ଏବଂ ଲାଭାର୍ଥୀ ମାନଙ୍କୁ ଅବଗତ କରାଇଥିଲେ ।
ଏହି ବୈଠକରେ ଜିଲ୍ଲା ମୋର୍ଚ୍ଚା ସଭାପତି, ମଣ୍ଡଳ ମୋର୍ଚ୍ଚା ସଭାପତି ଓ ମଣ୍ଡଳ ମୋର୍ଚ୍ଚା ପଦାଧିକାରୀ, ନିର୍ବାଚନ ମଣ୍ଡଳୀ ର ରାଜ୍ୟ,ଜିଲ୍ଲା, ମଣ୍ଡଳ ଓ ପଂଚାୟତ ସ୍ତରୀୟ ପଦାଧିକାରୀ, ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ, ବିଜେପି ର ବରିଷ୍ଠ ନେତା ଏବଂ ସଂଯୁକ୍ତ ମୋର୍ଚ୍ଚା ଅନ୍ତର୍ଗତ ବିଭିନ୍ନ ଯୋଜନାରେ ଲାଭ ପାଇଥିବା ଲାଭାର୍ଥୀ ପ୍ରମୁଖ ଯୋଗଦେଇଥି



