ନୂଆଦିଲ୍ଲୀ ୨୯/୦୫ (ସନ୍ଧାନ ନିଉଜ) ଭାରତୀୟ ଜନତା ପାର୍ଟି (ବିଜେପି) ମୁଖପାତ୍ର ସମ୍ବିତ୍ ପାତ୍ରଙ୍କ ଦେହରେ କରୋନା ଭାଇରସର ଲକ୍ଷଣ ଦେଖିବାକୁ ମିଳିଛି। ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସମ୍ବିତ୍ ପାତ୍ରଙ୍କୁ ଗୁରୁଗାଓଁର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅବଶ୍ୟ କୌଣସି ଆଧିକାରିକ ପୁଷ୍ଟି ହୋଇନାହିଁ। ସମ୍ବିତ୍ ପାତ୍ର କରୋନା ଆକ୍ରାନ୍ତ କି ନୁହେଁ ତାହା ଟେଷ୍ଟ ପରେ ଜଣାପଡ଼ିବ। କିନ୍ତୁ ଏହା ପୂର୍ବରୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନଙ୍କର କରୋନା ପଜିଟିଭ ଜଣାପଡିଥିଲା।
ଗୁରୁବାର ସକାଳ ପର୍ଯ୍ୟନ୍ତ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୫୮,୩୩୩ ରହିଛି। ଏଥିମଧ୍ୟରୁ ୬୭,୬୯୨ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୪,୫୩୧ ଲୋକ ପ୍ରାଣ ହରାଇଛନ୍ତି।