ବିଜେପି ନୂତନ କାର୍ଯ୍ୟ କର୍ତ୍ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ ।

Spread the love
କଟକ, ୮/୧/୨୬  (ସନ୍ଧାନ ନ୍ୟୁଜ) : କଟକ ଜିଲ୍ଲା କିଶନନଗର ତହସିଲ ଅଧିନସ୍ତ ପୁରୁଣାହାଟ ପଞ୍ଚାୟତରେ କଟକ ଜିଲ୍ଲା ଗ୍ରାମୀଣ ବିଜେପି ସମ୍ପାଦକ ଓ ଉପ ସଭାପତିଙ୍କୁ ସମ୍ବର୍ଦ୍ଧନା କରାଯାଇଛି । ନୂତନ ଭାବେ କଟକ ଜିଲ୍ଲା ଗ୍ରାମୀଣ ସାଧାରଣ ସମ୍ପାଦକ ଯୁବ ସମାଜସେବୀ ସୋଗଳ ନିବାସୀ ସନ୍ତୋଷ କୁମାର ରାଉତ ଓ ଉପ ସଭାପତି ତ୍ରିଲୋଚନ ପାତ୍ର ଦାୟିତ୍ୱ ଗ୍ରହଣ କରିଥିବାରୁ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପୁରୁଣାହାଟ ପଞ୍ଚାୟତ ବିଜେପି ପକ୍ଷରୁ ଆୟୋଜିତ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ସାଲେପୁର ନିକଟ ଶିଶୁଆ ବଜାର ନିକଟରୁ ମଟର ସାଇକେଲ ଶୋଭାଯାତ୍ରାରେ ଶତାଧିକ କର୍ମୀ ସମ୍ପାଦକ ଓ ଉପ ସଭାପତିଙ୍କୁ ପାଛୋଟି ଆଣିଥିଲେ । ନୂତନ ଭାବେ ଦାୟିତ୍ୱ ଗ୍ରହଣ କରିଥିବାରୁ ସାଧାରଣ ସମ୍ପାଦକ ଓ ଉପସଭାପତି ପୁରୁଣାହାଟ ପଞ୍ଚାୟତର ଗ୍ରାମ ଦେବତୀଙ୍କୁ ଦର୍ଶନ କରି ପୂଜା ଅର୍ଚ୍ଚନା କରିଥିଲେ । ପଞ୍ଚାୟତର ବରିଷ୍ଠ ବିଜେପି ବହୁ କାର୍ଯ୍ୟକର୍ତା,ବୁଦ୍ଧିଜୀବି ବର୍ଗ ଉପସ୍ଥିତ ଥିଲେ । ଏହି ପରିପ୍ରେକ୍ଷୀରେ ଯୁବନେତା ସନ୍ତୋଷ କୁମାର ରାଜ୍ୟ ବିଜେପି ସଭାପତି ଶ୍ରୀଯୁକ୍ତ ମନମୋହନ ସାମଲ,କଟକ ଜିଲ୍ଲା ଗ୍ରାମୀଣ ବିଜେପି ସଭାପତି ରାମ ନାରାୟଣ ମହାନ୍ତି,ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ,ସାଂସଦ ବୈଜୟନ୍ତ ପଣ୍ଡା,ସଂଗଠନ ସଂପାଦକ ମାନସ ରଂଜନ ମହାନ୍ତି ଏବଂ ଅନ୍ୟାନ୍ୟ ସମସ୍ତ ବରେଣ୍ୟ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି । ସୂଚନାଯୋଗ୍ୟ ସମାଜସେବୀ ସନ୍ତୋଷଙ୍କ ମାଆ ସ୍ବର୍ଗତା ସଂଯୁକ୍ତା ଦେବୀ ୪୬ ନମ୍ୱର ଜୋନର ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟା ଭାବେ କାର୍ଯ୍ୟକରି ଖୁବ୍ ସୁନାମ ଅର୍ଜନ କରିଥିଲେ ।

Related Posts

About The Author

Add Comment