ବିଜେଡି ର ବିକ୍ଷୋଭ ଓ ପ୍ରତିବାଦ ସଭା

Spread the love

ଭଦ୍ରକ: ୧୭/୨/୨୬ (ସନ୍ଧାନ ନ୍ୟୁଜ)  ଭଦ୍ରକ ଜିଲ୍ଲା ବିଜୁ ଜନତା ଦଳ ତରଫରୁ ବିଜେପି ସରକାର ଙ୍କ ଚାଷୀ ମାର ଣ ନୀତି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା,ପ୍ରତିଶୃତିଖିଲାପ ବିରୁଦ୍ଧ ରେ ଏକ ବିରାଟ ବିକ୍ଷୋଭ ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇ ଯାଇଛି। ଭଦ୍ରକ ଗାନ୍ଧୀ ପଡିଆ ରୁ ପୁର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଙ୍କ ନେତୃତ୍ୱ ରେ ହଜାର ହଜାର ସଂଖ୍ୟାରେ ଚାଷୀ ମାନେ ଗାନ୍ଧୀ ପଡିଆ ରୁ ବାହାରି ଜିଲ୍ଲା ପାଳ ଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ନବୀନ ପଟ୍ଟନାୟକ ଜିନ୍ଦା ବାଦ, ଶଙ୍ଖ ଚିହ୍ନ ଜିନ୍ଦାବାଦ, କୃଷକ ଏକତା ଜିନ୍ଦାବାଦ ଧ୍ଵନି ରେ ଗଗନ, ପବନ ପ୍ରକମ୍ପିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ସହଯୋଗ କରି ଥିବା ଅନ୍ୟ ନେତୃବୃନ୍ଦ ପ୍ରମୁଖ ହେଲେପୂର୍ବତାନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପୁର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ରାଜେନ୍ଦ୍ର କୁମାର ଦାସ, ବର୍ତ୍ତମାନ ବିଧାୟକ ବ୍ୟୋମକେଶ ରାୟ, ସଞ୍ଜୀବ ମଲ୍ଲିକ,ଧାମନଗର ର ବିଜୁ ଜନତା ଦଳର ପାର୍ଥି ଡକ୍ଟର ସଞ୍ଜୟ ଦାସ, ବିଶିଷ୍ଠା ବ୍ୟବସାୟୀ ସୁଧନା ନାୟକ, ବାସୁଦେବପୁର ର ପୁର୍ବତନ ବିଧାୟକ ଜିତୁ ରାଉତରାୟ, ଅଶୋକ ନାୟକ, ସୁର ନାୟକ ଙ୍କ ଭଳି ଅନେକ ନେତା ରାଜ୍ୟ ସରକାର ଙ୍କୁ କଟୁ ସମାଲୋଚନା କରି ଥିଲେ। ସମସ୍ତ ନେତା ବିଜେପି ସରକାର ଙ୍କ ଚାଷୀ ମାରଣ୍ ନୀତି ର କଟୁ ସମାଲୋଚନା କରି ଥିଲେ। ଭଦ୍ରକ ରୁ ସତ୍ୟବ୍ରତ ନାୟକ ଙ୍କ ରିପୋର୍ଟ।

Related Posts

About The Author

Add Comment