ବିଜୁ ବାବୁଙ୍କ ସାରଥୀଙ୍କ ପରଲୋକ

Spread the love
ଭୁବନେଶ୍ଵର,୦୯/୦୩ (ସନ୍ଧାନ ନିୟୁଜ) : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସାରଥୀ ଭାବେ ଜଣାଶୁଣା ପ୍ରହ୍ଲାଦ ବେହେରାଙ୍କର ଆଜି ସକାଳେ ପରଲୋକ ଘଟିଛି। ସେ ଥିଲେ ଅବିଭକ୍ତ ଫୁଲବାଣୀର ପୂର୍ବତନ ବିଧାୟକ। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ବାର୍ଦ୍ଧକ୍ୟଜନିତ ରୋଗରେ ଦୀର୍ଘ ବର୍ଷ ହେବ ସେ ପୀଡ଼ିତ ଥିଲେ। ୧୯୩୮ ମସିହା ଅଗଷ୍ଟ ୧୦ ତାରିଖରେ ତାଙ୍କର ଜନ୍ମ। ସେ ଜନତା ପାର୍ଟି ଟିକେଟ୍‌ରେ ବିଧାନସଭାକୁ ନିର୍ବାଚିତ ହୋଇ ୧୯୭୭ରୁ ୧୯୮୦ ପର୍ଯ୍ୟନ୍ତ ବିଧାୟକ ଥିଲେ। ଘଟଣାକ୍ରମେ ପ୍ରହ୍ଲାଦ ବେହେରା ବିଜୁ ବାବୁଙ୍କର ହୋଇଥିଲେ ଅତି ଘନିଷ୍ଠ। ବିଜୁବାବୁଙ୍କ ଆଗ୍ରହକ୍ରମେ ଆସିଥିଲେ ରାଜନୀତିକୁ। ତାଙ୍କ ବିୟୋଗରେ ଫୁଲବାଣୀ ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।

Related Posts

About The Author

Add Comment