ବିଛାଖଣ୍ଡି ଉଚ୍ଚ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ ଉଦଯାପିତ

Spread the love

ଯାଜପୁର, ୧୯/୨ (ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ ) ଯାଜପୁର ଜିଲା ଧର୍ମଶାଳା ବ୍ଳକ ଏଣ୍ଡଳବା ପଂଚାୟତର ପଂଚାୟତ ଉଚ୍ଚବିଦ୍ୟାଳୟ ବିଛାଖଣ୍ଡିର ତିନିଦିନ ଧରି ଚାଲୁଥିବା ରୋପ୍ୟା ଜୟନ୍ତୀ ଆଜି ଉଦଯାପିତ ହୋଇଯାଇଛି ।ଏହି ଅବସରରେ ବିଦ୍ୟାଳୟର ପ୍ରତିଷ୍ଠାତା ସଂପାଦକ ଡ଼ କୃଷ୍ଣଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ରେ ଆୟୋଜିତ ସଭାରେ ଓଡ଼ିଶାର ପୂର୍ବତନଅର୍ଥମନ୍ତ୍ରୀ ଡ଼ ପ୍ରଫୁଲ ଚନ୍ଦ୍ର ଘଡେଇ ମୁଖ୍ୟଅତିଥି ରୂପେ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ଓଡିଆ ଚଳଚିତ୍ର ଅଭିନେତ୍ରୀ ସୁଶ୍ରୀ ଗାର୍ଗୀ ମହାନ୍ତି, ମୁକୁନ୍ଦପାତ୍ର+୨କନିଷ୍ଠ ମହାବିଦ୍ୟାଳୟ ଅଧ୍ୟକ୍ଷ ହେମନ୍ତ କୁମାର ଦାସ ସମାଜସେବୀ ମନୋଜ କୁମାର ଧୀର ଉଦ୍ଧବ ଚରଣ ମଲ୍ଲ ହରମୋହନ ରାଉତ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ୟାମ ସୁନ୍ଦରପଣ୍ଡା ବୃନ୍ଦାବନ ମଲ୍ଲ, ଜିତେନ କୁମାର ସାହୁ, ଗୋପାଳ ଚରଣ ନାୟକ, ସାମ୍ବାଦିକ ସୁଶାନ୍ତ କୁମାର ଖଟୁଆ, ଛାତ୍ର ପ୍ରତିନିଧି ରଞ୍ଜନ କୁମାର ସ୍ୱାଇଁ, ପ୍ରକାଶ କୁମାର ନାୟକ, ସ୍ଥାନୀୟ ସରପଞ୍ଚ ଅନୁକୂଳି ସାମଲ ଓ ସାମାଜିକ କର୍ମୀ ଭୀମସେନ ନାୟକ ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ରୋପ୍ୟାଜୟନ୍ତୀ ସମାରୋହର ଏକ ଅପୂର୍ବମିଳନ ବିଦ୍ୟାଳୟ ସ୍ତରରେ ପଢିବା ବନ୍ଧୁତ୍ୱ ସଂପର୍କ ସ୍ଥାପନ କରିବା ଆଉ କୌଣସି ଅନୁଷ୍ଠାନରେ ନଥାଏ ତେଣୁ ଶିକ୍ଷା ଅନୁଷ୍ଠାନରେ ସ୍ନେହ ଶ୍ରଦ୍ଧା ଓ ଭାଇଚାରାର ସମ୍ପର୍କରେ କଠୋର ପରିଶ୍ରମ କରି ଭଲପାଠ ପଢିଲେ ଛାତ୍ର ଛାତ୍ରୀ ମାନଙ୍କର ଭୂମିକ। ଗୁରୁତ୍ବପୂର୍ଣ୍ଣ ବୋଲି ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନଦେଇଥିଲେ। ଏଥିରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରଫୁଲ କୁମାର ମଲ୍ଲ ଅତ୍ଥୀଥି ପରିଚୟ ଓ ସମ୍ପାଦୀୟ କରିଥିବାବେଳେ ଅନୁଷ୍ଠାନର ପ୍ରତିଷ୍ଠାତା ସଭ୍ୟ ଧବଳେଶ୍ବର ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ଏଥିରେଏଣ୍ଡଳବା ଗ୍ରାମପାୟତର ସମସ୍ତ ଜନପ୍ରତିନିଧି ମାନଙ୍କୁ ସନମାନିତ କରାଜାଇଥିଲା।

Related Posts

About The Author

Add Comment