ଯାଜପୁର : ୨୮/୨/୨୬ (ସନ୍ଧାନ ନ୍ୟୁଜ) : ରାମବାଗ ସ୍ଥିତ ରିଜିଓନାଲ ଡିଗ୍ରୀ କଲେଜ ପରିସର ମଧ୍ୟରେ ବାଳିକା ଆତ୍ମରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଶତାଧିକ ଛାତ୍ରୀମାନଙ୍କୁ ନେଇ ତା-୧୯/୦୨/୨୦୨୬ ରିଖ ଠାରୁ ୨୭/୦୨/୨୦୨୬ରିଖ ପର୍ଯ୍ୟନ୍ତ ନବମ ଦିନ ବ୍ୟାପୀ ବିଭିନ୍ନ ଆତ୍ମରକ୍ଷା କୌଶଳ ସରକାରୀ ସ୍ୱୀକୃତିପ୍ରାପ୍ତ ପ୍ରଶିକ୍ଷଣକୁ ନେଇ ତାଲିମ ପ୍ରଦାନ କରାଯାଇଛି । ଆଜି ଉଦ୍ଯାପନୀ ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରମୋଦ କୁମାର ରାଉତ ପ୍ରଦୀପ ପ୍ରଜ୍ଵଳନ କରି ଛାତ୍ରଛାତ୍ରୀମାନଙ୍କର ଆତ୍ମରକ୍ଷା କୌଶଳର ଆବଶ୍ୟକତା ସମ୍ପର୍କରେ ବିଶେଷ ଭାବରେ ଆଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଓଡିଆ ବିଭାଗର ମୁଖ୍ୟ ଅଧ୍ୟାପିକା ଶ୍ରୀମତୀ ବିଜୟିନୀ ପାକିଜା ସାମଲ ଏବଂ ରାଜନୀତି ବିଜ୍ଞାନର ମୁଖ୍ୟ ଅଧ୍ୟାପିକା ନିବେଦିତା ବେହୁରିଆ ଓ ଇଂରାଜୀ ବିଭାଗର ମୁଖ୍ୟ ଶୁଭେନ୍ଦୁ ମହାପାତ୍ର କାର୍ଯ୍ୟକ୍ରମର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସଂଯୋଜିକା ଅର୍ଣ୍ଣପୂର୍ଣ୍ଣା ଦାଶ ପରିଚାଳନା କରିଥିଲେ । ଅଧ୍ୟାପକ ଶ୍ରୀଯୁକ୍ତ ବିଜୟକୁମାର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ସମସ୍ତ ଅଧ୍ୟାପକ / ଅଧ୍ୟାପିକା ଓ ଅନ୍ୟ କର୍ମଚାରୀମାନେ ସହଯୋଗ କରିଥିଲେ ।
ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
|
February 28, 2026 |



