ସୁନ୍ଦରଗଡ଼ ତା :0୪-୧୨-୨0୨୫ରିଖ (ସନ୍ଧାନ ନ୍ୟୁଜ ) ବାଲିଶଙ୍କରା ବ୍ଲକ ଝିଲିମାଲ ଠାରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ର ଗରିଷ୍ଠ କାର୍ଯ୍ୟକର୍ତ୍ତା ଶ୍ରୀ ଜନ୍ମଜୟ ପଟେଲ ଙ୍କ ଭୋର ୪ଟା ସମୟ ରେ ଦେହାନ୍ତ ହୋଇଯାଇଛି l ବାଲିଶଙ୍କରା ମଣ୍ଡଳରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଅନେକ କାର୍ଯ୍ୟକର୍ତ୍ତା ଅଛନ୍ତି ସେ ତାଙ୍କ ଭିତରୁ ଜନ୍ମ ଜୟ ପଟେଲ ଜଣେ ସଚୋଟ, ସାହସୀ, ଦେଶ ପ୍ରେମୀ ଥିଲେ l ଦେହ ତ୍ୟାଗ କରିଲା ବେଳକୁ ତାଙ୍କୁ ୭୪ବର୍ଷ ହୋଇଥିଲା l ସୁଚନା ଅନୁସାରେ ସେ କେତେ ଦିନରୁ ମ୍ୟାଲେରିଆ ଜ୍ଜର ରେ ପଡ଼ିଥିଲେ l ଜ୍ଜର ବେଶୀ ହୋଇଯିବା ଯୋଗୁଁ ତାଙ୍କୁ ବ୍ରେନ ମ୍ୟାଲେରିଆ ହୋଇ ଥିଲା l ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନା ରେ ପ୍ରଥମେ ଚିକିତ୍ସା ପରେ ରାଉଲକେଲା ଆପୋଲୋ ଡାକ୍ତରଖାନା ତାଙ୍କୁ ଚିକିତ୍ସା କରାଯାଇଥିଲା l ବ୍ରେନ ମ୍ୟାଲେରିଆ ହେବା ପରେ ସେ (କୋମା )ମୁକ ଅବସ୍ଥା ରେ ପଡିବା ଅବସ୍ଥା ତାଙ୍କୁ ନିଜର ଘର ଝିଲିମାଲ କୁ ଫେରାଇ ଆଣିଥିଲେ l କିଛି ଦିନ ବିତିବା ପରେ ଆଜି ଭୋର ସକାଳ ୪ଟା ସମୟ ରେ ତାଙ୍କର ଦେହାନ୍ତ ହୋଇଯାଇଛି l ଜନ୍ମଜୟ ପଟେଲ ଙ୍କ ଦେହାନ୍ତ ପରେ ସାରା ବାଲିଶଙ୍କରା ମଣ୍ଡଳ ରେ ଶୋକ ର ଛାୟା ଖେଳି ଯାଇଛି l ରାଷ୍ଟୀୟ ସ୍ୱୟଂ ସେବକ ସଂଘର ସମସ୍ତ କାର୍ଯ୍ୟକର୍ତ୍ତା, ଭାରତୀୟ ଜନତା ପାର୍ଟି ର କାର୍ଯ୍ୟକର୍ତ୍ତା ତଥା ଅନ୍ୟାନ୍ୟ ସଦସ୍ୟ ମାନେ ତାଙ୍କର ଶେଷ ଦର୍ଶନ କରି ଅନ୍ତିମ ଶବ ସତ୍କାର କରିଥିଲେ l
ବାଲିଶଙ୍କରା ମଣ୍ଡଳ ଆର.ଏସ.ଏସ. ଉପ ଖଣ୍ଡ ସଂଯୋଜକ ଙ୍କ ଦେହାନ୍ତ l
|
December 4, 2025 |



