ବାଲିଗୁଡା : ତ୍ରିନାଥ ମନ୍ଦିରର ବାର୍ଷିକ ଉତ୍ସବ ପାଳିତ

Spread the love

ବାଲିଗୁଡା,୧୧/୦୨/୨୩(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଷ୍ଟେଟ୍ ବ୍ୟାଙ୍କ ଛକରେ ଥିବା ତ୍ରୀନାଥ ମନ୍ଦିରର ମଣ୍ଡପରେ ବାର୍ଷିକ ଉତ୍ସବ ମହା ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଗତ ଦୁଇବର୍ଷ କରୋନା ମହାମାରୀ ଥିବା ଯୋଗୁଁ ନିରାଡମ୍ବର ସହକାରେ ପାଳିତ ହୋଇ ଆସୁଥିବା ବେଳେ ଚଳିତ ବର୍ଷ କରୋନା କଟକଣା ନଥିବା ଯୋଗୁଁ  ମହା ଆଡମ୍ବରରେ ମନ୍ଦିରର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ମନ୍ଦିର ପରିସରରେ ହୋମଯଜ୍ଞ,ଘୃତଯଜ୍ଞ ଓ ଅର୍ନ୍ନଯଜ୍ଞ ଅନୁଷ୍ଠିତ ହୋଇଥିଲା l ଏହି ଉତ୍ସବରେ ପ୍ରକାଶ ଚନ୍ଦ୍ର ନାୟକ, ସ୍ବପ୍ନେଶ୍ବର ସାହୁ, ରଞ୍ଜିତ ଚୌଧୁରୀ , ସଂଜିବ ମଲ୍ଲ , ନରସିଂହ ବେହେରା, ଫକିର ମୋହନ ଦୋରା, ହରେକୃଷ୍ଣ ରାଓ, ଅନ୍ତର୍ଯ୍ୟାମୀ  ବେହେରା, ସୁରେନ୍ଦ୍ର ବେହେରାଙ୍କ ସମେତ  ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Related Posts

About The Author

Add Comment