ବାଲିଗୁଡା ଠାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ

Spread the love

ବାଲିଗୁଡା,୩୧/୮/୨୩(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ସ୍ୱାୟତ୍ତ ଶାସନ ଦିବସ ମହା ଆଡମ୍ବର ସହକାରେ ପାଳିତ ହୋଇ ଯାଇଛି । ଉତ୍ସବରେ କନ୍ଧମାଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ଚକ୍ରମଣି କହଁର ମୁଖ୍ୟ ଅତିଥି  ଭାବେ ଯୋଗ ଦେଇଥ‌ିବା ବେଳେ ସମ୍ମାନିତ ଅତିଥି ଭାବେ ବାଲିଗୁଡା ଉପ ଜିଲ୍ଲାପାଳ ତଥା ବିଜ୍ଞାପିତ ଅଂଚଳ ପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀମତୀ ମଧୁମିତା, ସାଂସଦ ପ୍ରତିନିଧି ଟୁନା ଦାସ, ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶାଙ୍କ ଶେଖର ପାତ୍ର, ତହସିଲଦାର ବିଜୟ କୁମାର ସେଠୀ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରହଲ୍ଲାଦ ଖୋସ୍ଲା, ବାଲିଗୁଡା ଆଦିବାସୀ ମହାବିଦ୍ୟାଳୟର ଅଧ୍ୟକ୍ଷ କାର୍ତ୍ତିକ ଚନ୍ଦ୍ର ସି ଏବଂ ମୁଖ୍ୟ ବକ୍ତା ଭାବେ ବାଲିଗୁଡା ବନଖଣ୍ଡ ଅଧିକାରୀ ଶ୍ରୀ ବିଶ୍ବରାଜ ପଣ୍ଡା ପ୍ରମୁଖ ଯୋଗ ଦେଇ ସ୍ବାୟତ୍ତ ଶାସନ ଦିବସର ତାତ୍ପର୍ଯ୍ୟ ବୁଝାଇବା ସହିତ ସମସ୍ତଙ୍କ ସହଭାଗିତାରେ ସ୍ବାୟତ୍ତ ସାଶନ ବ୍ୟବସ୍ଥାକୁ ସୁଦୃଢ କରି ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦକୁ ଓଡ଼ିଶାର ଏକ ଉଣ୍ଡିତ ତଥା ପ୍ରଥମ ଏନଏସି ଭାବେ ଗଢିତୋଳିବା ନିମନ୍ତେ ସମସ୍ତଙ୍କୁ ଆହ୍ୱାନ କରିଥିଲେ । ତତ ସହିତ ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଉତ୍ସବରେ ସଭାପତିତ୍ବ କରିଥିବା ବେଳେ ଉପାଧ୍ୟକ୍ଷା ଶ୍ରୀମତୀ ଶାନ୍ତି ନାୟକ ଙ୍କ ସମେତ ସମସ୍ତ    ପରିଷଦ ବୃନ୍ଦ ଏବଂ ଏନଏସି ର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ ।  ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାଇ ବାଲିଗୁଡା ବିଜ୍ଞାପିତ ଅଂଚଳ ପରିଷଦ ଦ୍ବାରା ଉପଖଣ୍ଡରେ ପ୍ରତ୍ୟୁଷ ୦୪ ଘଟିକା ୩୦ ମିନିଟ ସମୟରେ ରାମଧୁନ ପରିବେଷଣ କର ଯାଇଥିଲା । ଏହାପରେ ସକାଳ ୭.୦୦ ଘଟିକା ସମୟରେ ବିଜ୍ଞାପିତ ଅଂଚଳ ପରିଷଦର ଅଧ୍ୟକ୍ଷ, ସମସ୍ତ ପାରିଷଦ ବୃନ୍ଦ ଏବଂ କର୍ମଚାରୀଙ୍କ ଦ୍ବାରା ସହରରେ ଥ‌ିବା ବିଭିନ୍ନ ମହାପୁରୁଷ ମାନଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରା ଯାଇଥିଲା। ସକାଳ ୦୮.୦୦ ଘଟିକା ସମୟରେ ଅଧ୍ୟକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ ଦ୍ବାରା ଏନଏସି କାର୍ଯ୍ୟାଳୟ ପ୍ରାଙ୍ଗଣରେ ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା । ସକାଳ ୦୯.୦୦ ଘଟିକା ସମୟରେ ନିମନ୍ତ୍ରିତ ଅତିଥି ମାନଙ୍କ ଦ୍ବାରା ସ୍ଥାନୀୟ ବୃଦ୍ଧାଶ୍ରମ, ଚିକିତ୍ସାଳୟ ଏବଂ କାରାଗାରର ଅନ୍ତେବାସୀଙ୍କୁ ଫଳ ବଣ୍ଟନ କରାଯାଇଥିଲା ଏବଂ ସକାଳ ୧୧.୦୦ ଘଟିକା ସମୟରେ ସ୍ଥାନୀୟ ସଭାଗୃହଠାରେ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା, ଯେଉଥିଲେ ଉପଖଣ୍ଡ କଳାକାର ସଂଘର କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସରକାରଙ୍କ ବିଭିର୍ଣ୍ଣ ଯୋଜନା ବିଷୟରେ ଲୋକଙ୍କୁ ସଚେତନ କରିଥିଲେ ।

Related Posts

About The Author

Add Comment