ବାଲିଗୁଡା ଉପଖଣ୍ଡ ରେ ୨ ଘଣ୍ଟିଆ ବନ୍ଦ ଡାକରା ଦେଲା ଓଡିଶା ମେଡିକାଲ ସେବା ସଂଘ

Spread the love
 ବାଲିଗୁଡା ୬/୧/୨୬/ (ସନ୍ଧାନ ନ୍ୟୁଜ ) ,: ଓଡ଼ିଶା ମେଡିକାଲ୍ ସର୍ଭିସେସ୍ ଆସୋସିଏସନ୍ (ଓଏମସା) ର ଡାକରା ରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ରେ ଥିବା ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର, ଉପ ସ୍ୱାସ୍ଥ୍ୟ ଜେନ୍ଦ୍ର ରେ କାର୍ଯ୍ୟରତ ଡାକ୍ତର ମାନଙ୍କ ର ଦାବି ପୂରଣ ନହେବାରୁ  ସରକାରୀ ହସ୍ପିଟାଲଗୁଡ଼ିକରେ ସୋମବାର ଠାରୁ ପ୍ରତିଦିନ ଦୁଇ ଘଣ୍ଟା ଅର୍ଥାତ ସକାଳ ୯ ଟାରୁ ୧୧ ଟା ପର୍ଯ୍ୟନ୍ତ ବାହାର ରୋଗୀ ବିଭାଗ (ଓପିଡି) ବନ୍ଦ ରଖିଛନ୍ତି l ଯାହା ଫଳରେ ରୋଗୀ ସେବା ଏବଂ ଅନ୍ୟାନ୍ୟ ସେବାକୁ ପ୍ରଭାବିତ କରିଛି। ପ୍ରକାଶ ଯେ , ରାଜ୍ୟ ସରକାର ଡାକ୍ତର ଙ୍କ ପଦୋନ୍ନତି, ଦରମା ବୃଦ୍ଧି ଏବଂ କର୍ମକ୍ଷେତ୍ରରେ ସୁରକ୍ଷା ସମେତ ଡାକ୍ତରଙ୍କ ଦାବି ପୂରଣ କରିବାରେ ବିଫଳ ହେବା ପରେ ଓମସା ଏହି ନିଷ୍ପତ୍ତି ନେଇଛି। ଏହି ସମୟରେ, ଜୁନିଅର ଡାକ୍ତର ସଂଘ ଓମସା ର ନିଷ୍ପତ୍ତିକୁ ସମର୍ଥନ ଜଣାଇଛି, ଯଦି ସେମାନଙ୍କ ଦାବି ପୂରଣ ନ ହୁଏ ତେବେ ଆହୁରି ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛି। ଏହା ଉଲ୍ଲେଖ କରିବା ପ୍ରାସଙ୍ଗିକ ଯେ ଓମସା ୧୦ ଦଫା ଦାବି ନେଇ ଆନ୍ଦୋଳନ କରିଆସୁଛି, ଯେଉଁଥିରେ ପଦୋନ୍ନତି, ଦରମା ବୃଦ୍ଧି ଏବଂ କର୍ମକ୍ଷେତ୍ରରେ ସୁରକ୍ଷା ଅନ୍ତର୍ଭୁକ୍ତ। ଡିସେମ୍ବର ୨୬ ତାରିଖରୁ ସକାଳ ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ଏକ ଘଣ୍ଟା ଓପିଡି ବନ୍ଦ ପାଳନ କରୁଛି। କିନ୍ତୁ, ସରକାର ସେମାନଙ୍କ ଦାବି ଉପରେ କୌଣସି ନିଷ୍ପତ୍ତି ନେଇ ନଥିଲେ। ଅନ୍ୟ କୌଣସି ଉପାୟ ନ ପାଇ, ଓମସା ର କେନ୍ଦ୍ରୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକରେ ଓପିଡି ବନ୍ଦ ସମୟକୁ ୧ ଘଣ୍ଟାରୁ ୨ ଘଣ୍ଟାକୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ଯାହା ଫଳରେ ରୋଗୀ ମାନେ ପୂର୍ବରୁ ଚିକିତ୍ସା ପାଇବାରେ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏ ସମ୍ପର୍କ ରେ ବାରଖମା ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ଙ୍କୁ ପଚାରିବାରୁ ସେ କହିଥିଲେ ଯେ, “ଆମେ ଆମର ଦାବି ବିଷୟରେ ସରକାରଙ୍କୁ ଜଣାଇଛୁ, ଏବଂ ଜନସାଧାରଣ ମଧ୍ୟ ଓପିଡି ବନ୍ଦ ବିଷୟରେ ଅବଗତ ଅଛନ୍ତି। ଆମର ଉଦ୍ଦେଶ୍ୟ ରୋଗୀମାନଙ୍କୁ ଅସୁବିଧାରେ ପକାଇବା ନୁହେଁ, ଏବଂ ଯେକୌଣସି ଅପ୍ରୀତିକର ଘଟଣା ପାଇଁ ସରକାର ଦାୟୀ ରହିବେ। ”

Related Posts

About The Author

Add Comment