ବାଲିକୁଡିଆ ପ୍ରାଥମିକ ବିଦ୍ୟାଳୟରେ ଚାରାରୋପଣ
ଧର୍ମଶାଳା/ଜେନାପୁର ୭/୮ (ସନ୍ଧାନ ନିୟୁଜ/ପ୍ରଶାନ୍ତ ସମାଲ) ଧର୍ମଶାଲା ବ୍ଲକ ଅନ୍ତର୍ଗତ ବାଲିକୁଡିଆ ପ୍ରାଥମିକ ବିଦ୍ୟ୍ୟାଳୟରେ ଚାରାରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଲକ୍ଷ୍ମିଧର ମଲ୍ଲଙ୍କ ସଭାପତିତ୍ୱରେ ଆୟୋଜିତ କର୍ଯ୍ୟକ୍ରମରେ ପ୍ରତ୍ୟେକ ପିଲା ଗୋଟିଏ ଗୋଟିଏ ଗଛ ଲଗାଇଲେ ସାରା ଦୁନିଆରେ ସବୁଜିମାମୟ ହୋଇଯିବ ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପରିଶରରେ ବିଭିନ୍ନ ପ୍ରକାର ଫଳ ଗଛ ଚାରା ଯଥା-ଆମ୍ବ, ପଣସ, କମଳା, ପିଜୁଳି, ଲେମ୍ବୁ, ଜାମୁ, କୃଷ୍ଣଚୁଡା, ବଉଳ ଆଦି ଗଛର ଚାରା ରୋପଣ କରାଯାଇଥିଲା । ଚାରାରୋପଣ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ଓ ପରିଚାଳନା କମିଟିର ସମସ୍ତ ସଦସ୍ୟ ସହ ଯୋଗ କରିଥିଲେ ।
Related Posts
About The Author