ଯାଜପୁର ସଦର, ୭/୨/୨୦ (ସନ୍ଧାନ ନିଉଜ/ଗୋପିନାଥ ଦାଶ): ଯାଜପୁର ଜିଲ୍ଲାର ଅଭିମନୁ୍ୟ ବାଲିଆ ଇିତହା ପୁଷ୍ଟାରେ ଲିପିବଦ୍ଧ ହୋଇ ରହିତôବା ସହିତ ମାଟିର ସ୍ମାରକି ବରୀ ମାଟିର ଗର୍ବ ଗୌରବ ଇତିହାସ ପୃଷ୍ଠାର ଗୋଳକୁଣ୍ଡ ପଞ୍ଚାୟତ ହିରପୁର ଗ୍ରାମର ପ୍ରାଥମିକ ବିଦ୍ୟାଳୟ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟର ଶତ ବାର୍ଷିକ ସୁବର୍ଣ୍ଣ ଜୟନ୍ତୀ ଅବସରରେ ମୁଖ୍ୟ ଅତିଥି ମାହ ମହିମ ରାଜ୍ୟପାଳ ପ୍ରଫେସର ଶ୍ରୀଯୁକ୍ତ ଗଣେଷ ଲାଲ ଯୋଗ ଦେଇ ଉଭୟ ବିଦ୍ୟାଳୟର ଗୋପବନ୍ଧୁ ଏବଂ ଗାନ୍ଧୀଙ୍କ ପ୍ରତିମୃର୍ତ୍ତୀରେ ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ଗଣେଷ ଲାଲ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଦେଶାତ୍ମକ ସଙ୍ଗୀତ ତାଳେ ତାଳେ ସୁବର୍ଣ୍ଣ ଜୟନ୍ତୀ ମଞ୍ଚ ଉପରେ ପ୍ରଦିପ ପ୍ରଜ୍ଜଳନ କରି ମାନ୍ୟବର ରାଜ୍ୟପାଳ ଏହାକୁ ଉଦ୍ଘାଟନ କରିଥିଲେ । ସମ୍ମାନୀୟ ଅତିଥି ଯାଜପୁର ସାଂସଦ ଶ୍ରୀମତୀ ଶର୍ମିଷ୍ଠା ସେଠୀ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦାନ କରି ଶ୍ରୀମତୀ ସେଠୀ ତାଙ୍କ ବକ୍ତବ୍ୟରେ କହିଲେ ଆଜିର ବାଳକ ଏବଂ ବାଳିକା କାଲିର ଭିବିଷ୍ୟତ ବୋଲି ଶ୍ରୀମତୀ ସାଂସଦ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ଉପଦେଶ ଦେଇଥିଲେ । ବିଜୁ ଜନତା ଦଳର ମୁଖ୍ୟ ସଚେତକ ବିଞ୍ଝାରପୁର ବିଧାୟିକା ଶ୍ରୀମତୀ ପ୍ରମିଳା ମଲିକ ଯୋଗଦେଇଥିବା ବେଳେ, ବରୀ ମାଟିର ମା ରମାଦେବୀ ବରୀ ବିଧାୟିକା ମାନ୍ୟବର ଶ୍ରୀମତୀ ସୁନନ୍ଦା ଦାସ ସୁବଣ୍ଣ୮ ଜୟନ୍ତୀ ସମାରୋହରେ ସଭାପତିତ୍ୱ କରିଥିଲେ । ତାଙ୍କ ବକ୍ତବ୍ୟରେ କହିଲେ ବରୀ ମାଟି ହେଉଚି ସହିଦ ମାଟି ଯେଉଁ ମାଟିରେ ଦୁଇଟି ବଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ କରାଯାଉଥିବା ବେଳେ, ଖଣ୍ଡି ହିନ୍ଦିରେ ବିଧାୟିକା ଶ୍ରୀମତୀ ଦାସ ବକ୍ତବ୍ୟ ରଖିଥିବା ବେଳେ, ବରୀ ମାଟି ଧନ୍ୟ ହେବା ସହିତ ଏମାଟିରେ ପାଦ ଦେଇଥିବା ମହାମହିମ ରାଜ୍ୟପାଳ ସୁତାଙ୍କ ନିକଟରେ ଚିର କୃତଜ୍ଞ ହୋଇ ରହିବି ବୋଲି ବିଧାୟୀକା ଶ୍ରୀମତୀ ଦାସ ତାଙ୍କ ବକ୍ତବ୍ୟରେ କହିଥିଲେ । ବରିଷ୍ଠ ଜୋର୍ତିବିଦ୍ ହରିପୁର ସ୍କୁଲର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ପ୍ରଭଞ୍ଜନ ପତୀ ରାଜ୍ୟପାଳ ଏବଂ ସାଂସଦ ଓ ବିଧାୟୀକାଙ୍କୁ ଉଚ୍ଚ ପ୍ରଶଂସା କରିବା ସହିତ ପୁରାତନ ଛାତ୍ର ହିସାବରେ ଏବଂ ପୁରାତନ ଶିକ୍ଷକ ଭାବେ ତାଙ୍କ ବକ୍ତବ୍ୟ ଜାରି ରଖିଥିଲେ । ମୁଖ୍ୟ ବକ୍ତା ସରକାର ସଚେତକ ଶ୍ରୀମତୀ ପ୍ରମିଳା ମଲିକ ଯୋଗଦେଇ ଛାତ୍ର ଜୀବନ ଥରେ ମାତ୍ର ଆସିଥିବା ବେଳେ, ଏହାକୁ ସଠିକ ବିନିଯୋଗ କରାନଗଲେ ଆଉ ସମୟ ମିଳେନାହିଁ ଶ୍ରୀମତୀ ମଲିକ ତାଙ୍କ ବକ୍ତବ୍ୟରେ କହିଥିଲେ । ବରୀ ନିର୍ବାଚନ ମଣ୍ଡଳୀର ବିଧାୟୀକା ଉଚ୍ଛବ କମିଟିର ସଭାପତି ଶ୍ରୀମତୀ ସୁନନ୍ଦା ଦାସ ରାଜ୍ୟପାଳଙ୍କୁ ପାଛୋଟି ଆଣିଥିଲେ । ଏହି ଉତ୍ସବର ଉପ ସଭାପତି ପ୍ରଭଞ୍ଜନ ପତୀ ଅତିଥି ପରିଚୟ ପ୍ରଦାନ କରିଥିଲେ । ସଂପାଦକ ସୁବୋଧ ଜେନା, ଏବଂ ପ୍ରଧାନ ଶିକ୍ଷକ ବାସୁଦେବ ମଲିକ ମଞ୍ଚାସୀନ ଥିବା ବେଳେ, ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମଞ୍ଚାସୀନ ଥିଲେ । ମୁଖ୍ୟ ଅତିଥିଙ୍କ ଦ୍ୱାରା ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ମୁଖପତ୍ର ସହିସଣ୍ଢା ସ୍ମାରକୀ ଉନ୍ମୋଚନ କରାଯାଇଥିଲା । କୃତିତ୍ୱ ଅର୍ଜନ କରିଥିବା ବହୁ ବରିଷ୍ଠ ନାଗରିକ ମାନଙ୍କୁ ପ୍ରଭଞ୍ଜନ ପତୀ କର୍ଣ୍ଣ ଚନ୍ଦ୍ର ଘଡ଼ାଇ, ପ୍ରର୍ଶୁରାମ ଦାସ, ସାମ୍ବାଦିକ ପ୍ରତାପ ଦାସ, ଅରବିନ୍ଦ ମହାନ୍ତୀ, ଶତୃଘନ ଜେନା, ମୁଖ୍ୟ ଅତିଥି, ସମ୍ମାନୀୟ ଅତିଥି ମାନପତ୍ର ଉପଢ଼ୌକନ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲେ । ସୁବର୍ଣ୍ଣ ଜୟନ୍ତୀ ଅବସରରେ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଟିତ କରାଯାଇଥିଲା । ପ୍ରଥମ ଅଧିବେଶନରେ ରାଜ୍ୟପାଳ ଯୋଗ ଦେଇଥିବା ବେଳେ, ଦ୍ୱିତୀୟ ଅଧିବେଶନରେ ବହୁ ବରିଷ୍ଠ ମନ୍ତ୍ରୀ ଏବଂ ବାଚସ୍ପତୀ ଯୋଗଦାନ କରିବାର ଦ୍ୱିତୀୟ ଅଧିବେସନ ଦୁଇ ଦିନ ଧରି ଅନୁଷ୍ଟିତ କରାଯାଉଚି ।
ବାଲିଆ ହରିପୁର ପ୍ରାଥମିକ ଏବଂ ଉଚ୍ଚ ବିଦ୍ୟାଲୟର ସୁବର୍ଣ୍ଣ ଜୟନ୍ତୀ ଅନୁଷ୍ଟିତ
|
February 8, 2020 |



