କୁଆମରା, ୧୨.୦୨.୨୦୨୧(ସନ୍ଧାନ ନିଉଜ୍/ଲିଙ୍ଗରାଜ ପଣ୍ଡା):-କୁଆମରା-ଉଦଳା ରାସ୍ତାରୁ ଆଜି ଦୁଇଟି ବାଲି ବୋଝେଇ ଡିମ୍ପରକୁ ଜବତ କରାଯାଇଛି। ସୋନ ନଦୀରୁ ବାଲି ନେଇ ବାଲେଶ୍ୱର ଅଭିମୁଖେ ଯାଉଥିବା ଏହି ଦୁଇଟି ଡମ୍ପର (ଓଡି୦୪ଏଲ୍-୦୭୮୪) ରେ ଓଭରଲୋଡିଂ ହୋଇଥିବା ଦେଖି କୁଆମରା ରାଜସ୍ୱ ନିରୀକ୍ଷକ ଗାଡ଼ି ଦୁଇଟିକୁ ଅଟକାଇଥିଲେ ଗୋଟିଏ ଗାଡ଼ିରୁ ୧୦ ହଜାର ୬୩୦ ଟଙ୍କା ଜରିମାନା ଆଦାୟ ହୋଇଥିବା ବେଳେ ଅନ୍ୟ ଗାଡ଼ି (ଓଡି୦୧କ୍ୟୁ-୨୩୮୨) ର କାଗଜପତ୍ରରେ ତ୍ରୁଟି ଯୋଗୁଁ କୁଆମରା ଫାଣ୍ଡିରେ ରଖାଯାଇଛି।
ବାଲି ବୋଝେଇ ୨ ଡମ୍ପର୍ ଜବତ
|
February 12, 2021 |



