ଜଳେଶ୍ବର, 24.01.2021 (ସନ୍ଧାନ ନିଉଜ୍ / ଲିଙ୍ଗରାଜ ପଣ୍ଡା) :– ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଝାଡ଼େଶ୍ବରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଛି । ପୋଲିସର ଚଢାଉ ବେଳେ ଅଭିଯୁକ୍ତ ଜଣଙ୍କ ଫେରାର ହୋଇଯାଇଛନ୍ତି । ପୋଲିସ ଚଢାଉ ଜାରି ରଖିଛି । ସୂଚନାଯୋଗ୍ୟ ଯେ, ପୋଲିସ କୌଣସି ସୂତ୍ରରୁ ଖବର ପାଇ ଝାଡେଶ୍ବରପୁର ବସ୍ତିରେ ଚଢାଉ କରିଥିଲା । ଚଢାଉ ବେଳେ ସେଠାରୁ କିଛି ନପାଇ ଫେରୁଥିବା ବେଳେ ରାସ୍ତା କଡରେ ପଡିରହିଥିବା ବାଲି ଗଦା ଭିତରେ ପୋତା ହୋଇଥିବା ଏକ ବ୍ୟାଗ୍ ଉଦ୍ଧାର କରିଥିଲା । ଉକ୍ତ ବ୍ୟାଗରୁ ୨୫୦ଗ୍ରାମ୍ ବ୍ରାଉନସୁଗାର ଉଦ୍ଧାର କରାଯାଇଥିବା ଜଣାପଡିଛି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି ।
ବାଲି ଗଦାରୁ ମିଳିଲା ୨୫ଲକ୍ଷ ଟଙ୍କାର ବ୍ରାଉନସୁଗାର
|
January 24, 2021 |



