କଟକ, ୦୭/୧୨/୨୦୨୧ (ସନ୍ଧାନ ନିଉଜ) – କଟକ ସଦର କିଶନନଗର ତହସିଲ ଅଧିନରେ ଥିବା ବାରାହାପାଟ ଗହୀରରୁ ବର୍ଷା ଜଳ ନିଷ୍କାସନ ପାଇଁ ସ୍ଥାୟୀ ବ୍ୟବସ୍ତା ନେଇ ଅଗ୍ରଣୀ ସାମାଜିକ ସଙ୍ଗଠନ ଉତ୍କଳ ବିକାଶ ପରିଷଦର ବାରମ୍ବାର ଅଭିଯୋଗ, ବହୁଜନ ସୁଖାୟ ବହୁଜନ ହିତାୟ ନ୍ୟାୟରେ ସମସ୍ତ ପ୍ରୟାସ ସାକାର ହେବାକୁ ଯାଉଛି । ଖୁବ ଶୀଘ୍ର ଏଥିରୁ ଜଳ ନିଷ୍କାସନ ବ୍ୟବସ୍ଥା କରିବା ପାଇଁ ଡ୍ରେନେଜ ବିଭାଗୀୟ ଅଧିକାରୀଙ୍କୁ ମୁଖ୍ୟ ଯନ୍ତ୍ରୀ ଜଳ ବିଭାଗ ପକ୍ଷରୁ ଚିଠି ନମ୍ୱର ୨/୨୧-୨୯୪୬୩ ଜରୀଆରେ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ପରିଷଦର ସଭାପତି ଇଂ. ପ୍ରକାଶ ଚନ୍ଦ୍ର ସେଠୀ ସଦର ଅଂଚଳର ବହୁବିଧ ସମସ୍ୟା ସମ୍ପର୍କରେ ଜନପ୍ରିୟ ସରକାରଙ୍କୁ ଅବଗତ କରାଇବା ସହ ବହୁବିଧ ଜନ ହିତକର କାର୍ଯ୍ୟ,ସାହିତ୍ୟ ସେବା,ସଂସ୍କୃତିର ବିକାଶ,ପାଠାଗାର ଆନ୍ଦୋଳନରକୁ ତ୍ଵରାନିତ କରିବା,ଜନ ସଚେତନତା ବୃଦ୍ଧି କରିବା,ଗ୍ରାମାଂଚଳ ପ୍ରତିଭାର ବିକାଶ,ରକ୍ତଦାନ ଆନ୍ଦୋଳନକୁ ବ୍ୟାପକ କରିବା ଆଦି ସୁକାର୍ଯ୍ୟ କରି ଉଚ୍ଚ ପ୍ରଶଂସା ଲାଭ କରିଛନ୍ତି ।
ବାରାହାପାଟ ଗହୀରରୁ ଜଳ ନିଷ୍କାସନ ନେଇ ଉବିପ ସଭାପତି ଇଂ. ପ୍ରକାଶ ଚନ୍ଦ୍ରଙ୍କ ଦାବିପତ୍ର ପରେ କାର୍ଯ୍ୟାନୁଷ୍ଠାନ
|
December 8, 2021 |



