ବାଥ ରୁମ ରେ ଧୁଆ ଧୋଇ ହେଉଥିବା ବେଳେ ବିତ୍ୟୁତ ଆଘାତ ରେ ଯୁବକ ମୃତ୍ୟୁ

Spread the love

ସୁନ୍ଦରଗଡ଼ ତା:୨୦-୦୫-୨୦୨୬ରିଖ (ସନ୍ଧାନ ନ୍ୟୁଜ )ଗତ କାଲି ରାତି ପ୍ରାୟ ୧୦ଟା ସମୟ ରେ ବାଲିଶଙ୍କରା ବ୍ଲକ ତଲସରା ଥାନା ତଲସରା (ବନ୍ଧ ପଡା )ଠାରେ ଏକ ଦୁଃଖଦ ମୃତ୍ୟୁ ଘଟଣା ଘଟିଥିବା ସୂଚନା ମିଳିଛି l ମିଳିଥିବା ସୂଚନା ଅନୁସାରେ ତଲସରା ଥାନା ତଲସରା (ବନ୍ଧ ପଡା )ର ଗୋବର୍ଦ୍ଧନ ଡୁଙ୍ଗେତ ଘରେ ଗତକାଲି ରାତି ପ୍ରାୟ ୧୦ଟା ସମୟ ରେ ଏକ ଚାରି ଚକିଆ ପିକଅପ ରେ ହରଲା ଢିପା ର ଗୋବିନ୍ଦ ନାଏକଙ୍କ ପୁଅ ଶ୍ରୀକାନ୍ତ ନାଏକ (୨୮)ତରଭୁଜ ଲୋଡ଼କରି ସାରି ବାଥ ରୁମ କୁ ଯାଇ ଧୁଆ ଧୁଇ ହେଉଥିବା ସମୟ ରେ ମୁଖ୍ୟ ବିଦ୍ୟୁତ ରେ ଆଘାତ ରେ ସେଇଠି ଅଚେତ ହୋଇ ପଡିଗଲେ l ଗୋବର୍ଦ୍ଧନ ଡୁଙ୍ଗେତ ଘରେ ଏହା ଦେଖି ସଙ୍ଗେ ସଙ୍ଗେ ୧୦୮କୁ ଖବର କରି ସବଡେଗା ଡାକ୍ତରଖାନା ପରେ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନେଇଥିଲେ l ସେଠାରେ ଡାକ୍ତର ପରୀକ୍ଷା କରି ମୃତ୍ୟୁ ଘୋଷଣା କରିଥିଲେ l ଆଜି ସକାଳେ ଗୋବିନ୍ଦ ନାଏକ ତଲସରା ଥାନା କୁ ଆସି ଏ ବିଷୟରେ ଲିଖିତ ଅଭିଯୋଗ ଦେଇଥିଲେ l ଅଭିଯୋଗ ପାଇ ତଲସରା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ସୁନ୍ଦରଗଡ଼ ମୁଖ୍ୟ ଡାକ୍ତର ଖାନା କୁ ପହଞ୍ଚି ଶବ ବ୍ୟବଛେଦ କରାଇ ପରିବାର କୁ ଶବ ହସ୍ତାନ୍ତର କରିଥିଲେ l

Related Posts

About The Author

Add Comment