ବାଇକ୍ ଲୁଟେରା ଲୁଟିନେଲେ ୧୦ ଲକ୍ଷ ୮୦ ହଜାର

Spread the love

ଭଦ୍ରକ, ୦୫/୦୫/୨୦ (ସନ୍ଧାନ ନିଉଜ) : ଆଜି ସ୍ପଷ୍ଟ ଦିବାଲୋକରେ ଝିଞ୍ଜାରପୁର ଟ୍ରେନ୍ ଲାଇନ୍ ନିକଟରେ ମରଣାନ୍ତକ ଆକ୍ରମଣ କରି ଜଣେ ଯୁବକଙ୍କ ନିକଟରୁ ବାଇକ୍ ଲୁଟେରାମାନେ ୧୦ ଲକ୍ଷ ୮୦ ହଜାର ଟଙ୍କା ଲୁଟିନେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ପ୍ରାପ୍ତ ଖବରରୁ ଯାହା ଜଣାଯାଏ ଆଜି ଏହି ଜିଲାର ତିହିଡି ଥାନା ଅଧୀନସ୍ଥ ପାଳିଆବିନ୍ଧା ଗ୍ରାମନିବାସୀ ରାଉତ ଗ୍ରାମୀଣ ଗ୍ୟାସ୍ ଏଜେନ୍ସିର କର୍ମଚାରୀ ପ୍ରମୋଦ ଭଂଜ ତିହିଡି ୟୁକୋ ବ୍ୟାଙ୍କରେ ୧୦ ଲକ୍ଷ ୮୦ ହଜାର ଟଙ୍କା ଜମା କରିବା ପାଇଁ ଯାଉଥିବାବେଳେ ସ୍ଥାନୀୟ ଝିଞ୍ଜାରପୁର ଟ୍ରେନ୍ ଲାଇନ୍ ନିକଟରେ ନମ୍ବର ପ୍ଲେଟ୍ ନଥିବା ବାଇକ୍‌ରେ ୩ ଜଣ ଦୃବୁର୍ତ୍ତ ଆସି ତାଙ୍କୁ ମରଣାନ୍ତକ ଆକ୍ରମଣ କରି ଟଙ୍କା ଲୁଟିନେଇ ଫେରାର ହୋଇଯାଇଥିଲେ। ଉକ୍ତ ଅଂଚଳ ଅପେକ୍ଷାକୃତ ନିର୍ଜନ ଏବଂ ଲକଡାଉନ୍ ଜନିତ ଜନଶୂନ୍ୟ ଥିବାରୁ ଲୁଟେରାମାନଙ୍କ ପାଇଁ ଅନୁକୂଳ ଥିଲା। ଏହାପରେ ଆହତ ପ୍ରମୋଦ ପ୍ରଥମେ ଡାକ୍ତରଖାନା ଓ ପରେ ତିହିଡି ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ। ଏହି ଘଟଣାରେ ସ୍ଥାନୀୟ ପୁଲିସ୍ ଛାନଭିନ୍ନ ଆରମ୍ଭ କରିଛି।

Related Posts

About The Author

Add Comment