ବାଇକ୍ ପଛରେ ବସିଲେ ପିନ୍ଧିବାକୁ ପଡିବ ହେଲମେଟ୍ !
ବାଇକ୍ ପଛରେ ବସିଲେ ପିନ୍ଧିବାକୁ ପଡିବ ହେଲମେଟ୍ !
Biswajit Parida |
January 19, 2020 |
ଭୁବନେଶ୍ୱର ୧୯/୧/୨୦୨୦ (ସନ୍ଧାନ ନିଉଜ) କଡାକଡି ହେବ ଟ୍ରାଫିକ ନିୟମ । ଏଣିକି ବାଇକ୍ ପଛରେ ବସିଲେ ବି ପିନ୍ଧିବାକୁ ପଡିବ ହେଲମେଟ୍ । ଦୁଇ ଚକିଆ ଯାନ ଚାଳକଙ୍କ ପାଇଁ ହେଲମେଟ୍ ପିନ୍ଧିବା ବାଧ୍ୟତାମୂଳକ ଥିଲା । ଏବେ ପଛରେ ବସିବା ଲୋକ ବି ହେଲମେଟ୍ ପିନ୍ଧିବାକୁ ବାଧ୍ୟ ବୋଲି କହିଛନ୍ତି ସରକାର । ଏହାସହ ଆଇନ୍ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ତେବେ ଦୁର୍ଘଟଣା କମେଇବା ପାଇଁ ଏଭଳି ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର । ସୂଚନା ଅନୁସାରେ, ଏଣିକି ବାଇକ ଆରୋହୀ ଏବଂ ଗାଡି ପଛରେ ବସୁଥିବା ବ୍ୟକ୍ତି ମଧ୍ୟ ହେଲମେଟ୍ ପିନ୍ଧିବାକୁ ବାଧ୍ୟତାମୂଳକ କରାଯିବ ।
Related Posts
About The Author