ଢେଙ୍କାନାଳ, ୧୫/୦୧/୨୦ (ସନ୍ଧାନ ନିଉଜ/ପ୍ରଶାନ୍ତ ସାମଲ) ଢେଙ୍କାନାଳରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବାଇକ୍ କୁ ଟ୍ରକ୍ ଧକ୍କାଦେବା ଫଳରେ ଦମ୍ପତ୍ତିଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି । ସୂଚନାଯୋଗ୍ୟ ଯେ, ଢେଙ୍କାନାଳରୁ ଅନୁଗୋଳ ଅଭିମୁଖେ ବାଇକ୍ ଯୋଗେ ଦମ୍ପତ୍ତି ଯାଉଥିଲେ । ଡିପିଏସ ସ୍କୁଲ ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ସେମାନଙ୍କୁ ଧକ୍କା ଦେଇଥିଲା । ଫଳରେ ଉଭୟ ସ୍ବାମୀ ଏବଂ ସ୍ତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ମୃତ ସ୍ବାମୀ ଯାଜପୁର ଗୁପ୍ତା ମୋଟର୍ସର କର୍ମଚାରୀ ବୋଲି ଜଣାପଡିଛି ।
ବାଇକ୍ କୁ ଧକ୍କା ଦେଲା ଟ୍ରକ ଘଟଣା ସ୍ଥଳରେ ସ୍ୱାମୀ ସ୍ତ୍ରୀ ମୃତ
|
January 15, 2020 |



