ବାଇକ ଦୁର୍ଘଟଣାରେ ଦୁଇ ଜଣ ଆହତ

Spread the love

ସୁନ୍ଦରଗଡ଼ ତା:୧/୧/୨୦୨୨ ( ସନ୍ଧାନ ନିଉଜ/ରାଜୁ ପଟେଲ ) ତଲସରା ଥାନା ଅନ୍ତର୍ଗତ ସବଡେଗା ଗ୍ରାମର ପ୍ରଫୁଲ୍ଲ ପଟେଲଙ୍କ ଭଡା ଘର ସମ୍ମୁଖରେ ଆଜି ଏକ ବାଇକ ଦୁର୍ଘଟଣାରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି ।ସୂଚନା ଅନୁସାରେ ସବଡେଗାର ସୁଦୀପ୍ତ ପଟେଲ(୨୬) ଓ କୁବେର ନାଏକ(୨୭) ବର୍ଷ ବୋଲି ଜଣାପଡିଛି । ସମ୍ପୃକ୍ତ ଆହତ ଯୁବକ ଦୁହେଁ ବାଇକ ଯୋଗେ ରାସିପତ୍ରା ଗ୍ରାମରୁ ସବଡେଗା ଅଭିମୁଖେ ଦ୍ରୁତଗତିରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଏହି ଦୁର୍ଘଟଣା ହୋଇଥିବା ଜଣାପଡିଛି । ଦୁର୍ଘଟଣାରେ ମୁଁଣ୍ଡରେ ଆଘାତ ହୋଇ ରକ୍ତାକ୍ତ ଅବସ୍ଥାରେ ସ୍ଥାନୀୟ ଯୁବକ ତାଙ୍କୁ ସବଡେଗା ପ୍ରାଥମିକ ଚିକିତ୍ସାଳୟକୁ ନେଇ ଚିକିତ୍ସା କରାଇଥିଲେ ।

Related Posts

About The Author

Add Comment