ବାଇକ ଦୁର୍ଘଟଣା :ବାପା, ମା ସହ ଶିଶୁ ପୁତ୍ର ଆହତ 

Spread the love
ବାଲିଗୁଡା,22/01.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଡ.ଆମ୍ବେଦକର କନିଷ୍ଠ ମହାବିଦ୍ୟାଳୟ ନିକଟରେ ଶୁକ୍ରବାର  ଅପରାହ୍ନରେ ଏକ ବାଇକ ଦୁର୍ଘଟଣା ଘଟି ୩ଜଣ ଆହତ ହୋଇଛନ୍ତି। ଆହତମାନେ ହେଲେ ଗଞ୍ଜାମ ଜିଲ୍ଲା ସୋରଡ଼ା ଅଞ୍ଚଳର ବୁଲୁ ନାୟକ, ପତ୍ନୀ ପିଙ୍କି ନାୟକ ଏବଂ ତାଙ୍କର ୪ବର୍ଷର ଶିଶୁ ପୁତ୍ର ବିକାଶ ନାୟକ। ସୂଚନା ଅନୁସାରେ, ବୁଲୁ ନାୟକ ନିଜ  ସ୍ତ୍ରୀ ଏବଂ ପୁଅଙ୍କୁ ଧରି ଦାରିଙ୍ଗବାଡ଼ି ଡୁଲୁରିପାଇନ ଜଙ୍ଗଲକୁ ବଣଭୋଜି କରିବାକୁ ଆସିଥିଲେ। ତେବେ ବଣଭୋଜି କରି ଫେରିବା ସମୟରେ କଲେଜ ଓ ଆଦର୍ଶ ବିଦ୍ୟାଳୟ ମଧ୍ୟରେ ଥିବା ସଂକୀର୍ଣ୍ଣ ପୋଲ ରାସ୍ତାରେ ବାଇକଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସ୍ଥାନୀୟଲୋକେ ଆହତମାନଙ୍କୁ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ।

Related Posts

About The Author

Add Comment