ପୁରୀ,୨୪/୧୨/୨୧(ସନ୍ଧାନ ନ୍ୟୁଜ) ବହୁଚର୍ଚ୍ଚିତ ଚିତ୍ତରଞ୍ଜନ ପଲେଇ ହତ୍ୟା ଘଟଣା । ଏହି ଘଟଣାର ପ୍ରମାଣ ଲାଗିଛି କ୍ରାଇମବ୍ରାଞ୍ଚ ହାତରେ । କ୍ରାଇମବ୍ରାଞ୍ଚର ଟିମ୍ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ହୋଇଥିବା ଦୁଇ ଅଭିଯୁକ୍ତ ହେଲେ ଜଗନ୍ନାଥ ଷଡଙ୍ଗୀ ଓ ଅଶୋକ ଉପାଧ୍ୟାୟ ।
ଗତ ଶନିବାର ରାତିରେ ଜଗନ୍ନାଥ ଷଡଙ୍ଗୀ ଚିତ୍ତରଞ୍ଜନ ପଲେଇକୁ ସାଙ୍ଗରେ ନେଇ ଜମାରଶୁଆ ନିକଟରେ ଚକ୍ରପଡା ଗାଁକୁ ଯାଇଥିଲା । ତାପରେ ସେହି ଦିନଠାରୁ ଚିତ୍ତରଞ୍ଜନ ନିଖୋଜ ହୋଇଯାଇଥିଲା । ପରେ ଶନିବାର ସକାଳୁ ଚିତ୍ତରଞ୍ଜନଙ୍କ ମୃତଦେହ ନୂଆ ନଦୀ ପଠାରୁ ମିଳିଥିଲା । ତେବେ ଘଟଣାକୁ ନେଇ ପ୍ରଥମେ ପୋଲିସ ଓ ଏସଆଇଟି ଟିମ୍ ପରେ କ୍ରାଇମବ୍ରାଞ୍ଚ ଟିମ୍ ଏହି ମାମଲାରେ ତଦନ୍ତ ଭାର ନେଇଥିଲା । ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ୫ ଜଣଙ୍କର ଲାଏ ଡିଟେକ୍ସନ କରାଯାଇଥିଲା । ତେବେ ଶୁକ୍ରବାର କ୍ରାଇମବ୍ରାଞ୍ଚ ଡିଏସପି ଶିସିର ମିଶ୍ରଙ୍କ ନେତୃତ୍ୱରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।



