ସମ୍ବଲପୁର ତା ୦୮/୧୧/୨୦୨୧ (ସନ୍ଧାନ ନିଉଜ/ହେମନ୍ତ ଭଇଁଷା)ବହୁଚର୍ଚ୍ଚିତ ମମିତା ମେ ହେର ହତ୍ୟାକାଣ୍ଡ ଘଟଣା ଦିନକୁ ଦିନ ବହୁତ ଜଟିଳ ହେବାକୁ ଯାଉଛି । ବିରୋଧୀଙ୍କ ଗୋଟିଏ କଥା ଓ ଶାସକ ଦଳ ନେତାଙ୍କ ଗୋଟିଏ କଥା, ସତରେ ମମିତାଙ୍କ ପରିବାରକୁ ନ୍ୟାୟ ମିଳିବନା ରାଜନୀତିକ ଛକା ପଞ୍ଚା ଖେଳରେ ଲିଭେଇଯିବ। ବିରୋଧୀଙ୍କ ଦାବି ଦିବ୍ୟଶଙ୍କର ବହିଷ୍କାର ଓ ସିବିଆଇ ତଦନ୍ତ । ଆଜି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ପ୍ରେସମିଟ କରି ଡ଼ିଆଇଜିଙ୍କ ଅଫିସ୍ ଘେରାଉ କରିଥିଲେ। ଏହି ରାଲି ବିଜେପି କାର୍ଯ୍ୟାଳୟ ସମ୍ମୁଖରୁ ବାହାରି ଡ଼ିଆଇଜିଙ୍କ କାର୍ଯ୍ୟଳୟ ପର୍ଯ୍ୟନ୍ତ ଆସିଥିଲା । ଏଥିରେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରି ନାୟକ, ରାଜ୍ୟ ସାଧାରଣ ସଂପାଦକ ରବି ନାଏକ, ଗିରିଶ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ। ମନ୍ତ୍ରୀକୁ ବହିସ୍କାର ଓ ସିବିଆଇ ତଦନ୍ତ ନାରାବାଜି କରିଥିଲେ, ଏଥି ମଧ୍ୟରେ ବିଜେପି କର୍ମୀଙ୍କ ଓ ପୋଲିସ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ସୃଷ୍ଟି ହୋଇଥିଲା।ଏହାକୁ ହଟେଇବା ପାଇଁ ପୋଲିସକୁ କିଛି ସମୟପାଇଁ ପାଣିର ପ୍ରୟୋଗ କରିଥିଲା ।
ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡ ଘଟଣାର ପ୍ରତିବାଦରେ ବିଜେପିର ଯୁବମୋର୍ଚ୍ଚା ପକ୍ଷରୁ ଡିଆଇଜି ଅଫିସ ଘେରାଉ
|
November 8, 2021 |


