ବଳାତ୍କାର କରିଥିବା ଅଭିଯୋଗରେ ଆସାମୀ ଜେଲ ଗଲା

Spread the love

ଯାଜପୁର ସଦର, ୧୨ା୦୩: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ସାହାପଡ଼ା ଗ୍ରାମରେ ଘଟିଥିବା ବଳାତ୍କାର ଘଟଣାରେ ଆସାମୀ ଆଦିକନ୍ଦ ବେହେରାକୁ ବ୍ରହ୍ମବରଦା ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାଯାଇଚି । ଘଟଣାରୁ ପ୍ରକାଶ ଯେ, ଜଣେ ୧୩ବର୍ଷିୟ ନାବାଳିକାକୁ ବଳାତ୍କାର କରି ଫେରାର ହୋଇଯାଇଥିବା ଏନେଇ ବ୍ରହ୍ମବରଦା ପୋଲିସ ଆସାମୀକୁ ଖୋଜୁଥିବା ବେଳେ, ଗତକାଲି ଆଦିକନ୍ଦକୁ ଗିରଫ କରି କୋର୍ଟ ଚାଲାଣ କରିଚି । ଏଠାରେ ସୂଚନା ଯୋଗ୍ୟ ଯେ ଫ୍ରବୃୟାରୀ ୨୫ ତାରିଖ ଦିନ ଘରେ କେହି ନଥିବାର ସୁଯୋଗ ନେଇ କାମାନ୍ଧ ଆଦିକନ୍ଦ ନାବାଳିକାକୁ ବିଭିନ୍ନ ପ୍ରଲୋଭନ ନାବାଳିକାକୁ ବଳାତ୍କାର କରି ଫେରାର ହୋଇଯାଇଥିଲା । ଏନେଇ ବ୍ରହ୍ମବରଦା ଥାନାରେ ଅଭିଯୋଗ ହେବାରୁ ପୋଲିସ ଖୋଜୁଥିବା ବେଳେ, ବଳାତ୍କାର ମାମଲାର ରୁଜୁ କରି ଆଦିକନ୍ଦକୁ ଧରିବା ପାଇଁ ପୋଲିସ ଖୋଜୁଥିଲା । କୌଣସି ସୁତ୍ରରୁ ଖବର ପାଇ ଆଦିକନ୍ଦକୁ ଗିରଫ କରି କୋର୍ଟ ଚାଲାଣ କରିଚି ।

Related Posts

About The Author

Add Comment