ବର୍ଷା ବିତ୍ପାତ, ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ

Spread the love

ରାଉରକେଲା, ୯/୮ (ସନ୍ଧାନ ନିୟୁଜ): ଗତ ଦୁଇ ଦିନ ଧରି ହୋଇତôବା ଲଘୁଚାପ ବର୍ଷା ରାଉରକେଲାବାସୀଙ୍କୁ ନୟାନ୍ତ କରିଛି । ଇସ୍ପାତ ସହର ରାଉରକେଲାର ବହୁ ବସ୍ତି ଓ କଲୋନୀରେ ବର୍ଷାଜଳ ଲୋକଙ୍କ ଘରେ ପଶିଯିବାରୁ ୁଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଖବର ମିଳିଛି । ବିଶେଷ କରି ସହରର ଟିମ୍ବର କଲୋନୀରେ ବର୍ଷା ଯୋଗୁ ରାସ୍ତାର ଅବସ୍ଥା ବେହାଲ ହୋଇ ପଡ଼ିଥିବା ବେଳେ ପରିବେଶ ଏକ ପ୍ରକାର ପୂତିଗନ୍ଧମୟ ହୋଇ ପଡ଼ିଛି । ବର୍ଷା ଜଳରେ ଅଳିଆ ଗୁଡ଼ିକ ପଡ଼ିରହିବା କାରଣରୁ ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେବା ସହ, ପରୋକ୍ଷରେ ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରୁଛି, ଯାହାକି କୋମଳମତି ଶିଶୁଙ୍କ ପାଇଁ କାଳ ସାଜିଛି ।ସ୍ଥାନୀୟ ଦିପ୍ତୀ ହୋଟେଲ ଠାରୁ ଆରମ୍ଭ ହୋଇଥିବା ରାସ୍ତା କାଦୁଅରେ ପଚପଚ ହୋଇଯିବା କାରଣରୁ ଏଠାକାର ବାସିନ୍ଦା ମାନେ ଯିବା ଆସିବାରେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି । ସେହିପରି ଏହି ଅଂଚଳର ସ୍କୁଲ ଓ କଲେଜ ଛାତ୍ରଛାତ୍ରୀ ମାନେ ଉକ୍ତ ରାସ୍ତାରେ ଯିବା ସମୟରେ ହଇରାଣ ହରକତର ସମ୍ମୁଖୀନ ହେଉଛନ୍ତି । ରାସ୍ତାର ଏଭଳି ଦୂରାବସ୍ଥା ପାଇଁ ପ୍ରଶାସନ ଦୃଷ୍ଟି ଦେବାକୁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦାବି ହୋଇଛି ।

Report S Nayak

Related Posts

About The Author

Add Comment