ଯାଜପୁର, ୨୭/୦୨ (ସନ୍ଧାନ ନିୟୁଜ) ପାଣିକୋଇଲି ଥାନା ଅନ୍ତର୍ଗତକରଦା ପଂଚାୟତର ବର୍ତମଣା ଗ୍ରାମର ପ୍ରଧାନସାହି ଠାରେ ଥିବା ମା ମଙ୍ଗଳା ମନ୍ଦିରରୁ ଗତ ୧୯ ତାରିଖ ରାତ୍ରୀରେ ଚୋରି ହୋଇଥବବା ବେଳେ ପୁଣି ମଙ୍ଗଳବାର ରାତ୍ରୀରେ ଚାବି ଭାଙ୍ଗି ୧୫ ଭରିର ରୂପା ମୁକୁଟ ଚୋରି ହୋଇଛି । ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜ୍ଜୁ କରି ଘଟଣାସ୍ଥଳେ ପହଂଚି ତଦନ୍ତ କରିଛି । ସନ୍ଧାନୀ କୁକୁର ସହାୟତା ନେବା ପାଇଁ ମନ୍ଦିରକୁ ସିଲ କରାଯିବା ସହ ମାଙ୍କ ନିତୀକାନ୍ତି ବନ୍ଦ ରହିଛି । ଗତ ୧୯ ତାରିଖ ମାଙ୍କ ୫୦ଗ୍ରାମ ସୁନାର ମୁକୁଟ, ୧୦ ଗ୍ରାମର ୩ଟି ସୁନା ଚିତା ଚୋରି ହୋଇଛି । ଅଭିଯୋଗ ପରେ ଥାନାଧିକାରୀ ଅଜୟ କୁମାର ଜେନା ସଦଳବଳେ ଘଟଣାସ୍ଥଳେ ପହଂଚି ସାଇନଟିକଫିକ ଟିମ ସହାୟତାରେ ତଦନ୍ତ କରିଥିଲେ । କିନ୍ତୁ ପରେ ଗ୍ରାମବାସୀମାନେ ୧୫ ଭରିର ଏକ ରୂପା ମୁକୁଟ ଆଣି ମନ୍ଦିରରେ ପୂଜା ପାଠ କରି ମାଙ୍କୁ ବେଶ କରାଇଥିଲେ । ଏବଂ ସେବେ ଠାରୁ ମନ୍ଦିରରେ ଚାବି ପକାଉଥିଲେ । ପୁଣି ରୂପା ମୁକୁଟ ଚୋରି ନେଇ ଗ୍ରାମରେ ଅସନ୍ତୋଷ ଦେଖାଦେଇଛି । ଏ ସର୍ମ୍ପକରେ କେହି ଜଣାସୁଣା ବ୍ୟକ୍ତି ବା ଗ୍ରାମବାସୀଙ୍କ ମଧ୍ୟରୁ କାହାର ହାତଥିବା ସନେ୍ଦହ କରାଯାଉଛି । ହେଲେ ସନ୍ଧାନୀ କୁକୁର ଦାବି କରିଥିବା ଗ୍ରାମବାସୀ କୁକୁର ଆସିବା ପରେ ଯାହା କିଛିି ଜଣାପଡିବ ।
Related Posts
ଜୟନ୍ତରା ପଞ୍ଚାୟତରେ ଦହିବରା ଖାଇ ୫0 ରୁ ଉର୍ଦ୍ଧ ଲୋକେ ଆକ୍ରାନ୍ତଆକ୍ରାନ୍ତଙ୍କ ମଧ୍ୟରେ ୬ ଜଣ ଶିଶୁ ରହିଛନ୍ତି ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ୭0 ବର୍ଷୀୟl ବୃଦ୍ଧାଙ୍କ ମୃତ୍ୟୁ
ବାଲିଗୁଡାର ଐତିହାସିକ ଠାକୁରାଣୀ ଯାତ୍ରାର ବିଶ୍ରାମ ଦିବସ: କଟକର ନବରଙ୍ଗ ସଙ୍ଗୀତରେ ଝୁମିଲେ ଦର୍ଶକ ଓ ଭକ୍ତ
ଗୁରୁକୂଳ ପବ୍ଲିକ୍ ସ୍କୁଲରେ ବାର୍ଷିକ ବିଜ୍ଞାନ ମେଳା ଅନୁଷ୍ଠିତ



