ରସୁଲପୁର,୧୯/୦୨ (ସନ୍ଧାନ ନିଉଜ/ ଜଗମୋହନ ରାଉତ) ରସୁଲପୁର ବ୍ଲକ ଅନ୍ତର୍ଗତ ଅର୍ଥଗାଁ ପଂଚାୟତରେ ଆଜି ବରୀ ବିଜେପି ନେତା ବିଶ୍ୱରଂଜନ ମଲ୍ଲିକଙ୍କ ନେତୃତ୍ୱରେ ଜନ ପରାମର୍ଶ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୂର୍ବାହ୍ନ ସାଢେ ୧୦ଟାରେ ପଂଚାୟତ ବିଜେପି ସଭାପତି ମାଗୁଣି ମହାଳିକଙ୍କ ନେତୃତ୍ୱରେ ପରାମର୍ଶ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ଶ୍ରୀ ମଲ୍ଲିକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଅଳପୁଆ, ଅର୍ଥଗାଁ, ଚଅପୋଇ ଆଦି ଗ୍ରାମ ପରିକ୍ରମା କରିଥିଲେ । ପଦଯାତ୍ରା ସମୟରେ ନେତା ଓ କର୍ମୀଗଣ ରାଜ୍ୟର ଶାସକ ଦଳ ବିରୁଦ୍ଧରେ ଘର ଘର ବୁଲି ଜନସାଧାରଣଙ୍କୁ ସଚେତନ କରାଇଥିଲେ । ଏଥିସହ କେନ୍ଦ୍ର ସରକାରଙ୍କର ବିଭିନ୍ନ ଲୋକାଭିମୁଖି ଯୋଜନା ସଂପର୍କରେ ଲୋକମାନଙ୍କୁ ସଚେତନ କରାଇବା ପାଇଁ କର୍ମୀମାନଙ୍କୁ ପରାମର୍ଶ ଦେଇଥିଲେ । ପଂଚାୟତର ଭୋଟର ଭାଇମାନେ ପଂଚାୟତ ନିର୍ବାଚନରେ ଯୁବନେତା ମଲ୍ଲିକଙ୍କ ସମର୍ଥୀତ ପ୍ରାର୍ଥୀକୁ ଯେମିତି ସମର୍ଥନ ଦେଇଥିଲେ । ସାଧାରଣ ନିର୍ବାଚନରେ ଅଧିକରୁ ଅଧିକ ସମର୍ଥନ ଜଣାଇବା ପାଇଁ ଭୋଟରମାନଙ୍କୁ ନିବେଦନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଯୁବନେତା ପ୍ରଶାନ୍ତ ମଲ୍ଲିକ, ନିରଞ୍ଜନ ଜେନା, ତପନ ମଲିକ, ଜନାର୍ଦ୍ଧନ ଷଢଙ୍ଗୀ, ଚକ୍ରଧର ବେହେରା ପ୍ରମୁଖ ଯୋଗଦେଇ ଥିଲେ ।
ତାଜା ଖବର
- ଯାଜପୁରରେ ବୈତରଣୀ ନଦୀରେ ବିପଦ ସଙ୍କେତ ଟପିଲା ଜଳସ୍ତର: ଘଟଣାସ୍ଥଳ ପରିଦର୍ଶନ କରି ସ୍ଥିତି ପରଖିଲେ ଜିଲ୍ଲାପାଳ
- ଦୁଇ ଦିନ ପରେ ଭସମା ପୋଲିସ ଗାଙ୍ଗପୁର ଗେଟ ନିକଟ ବିଲରୁ ଗଳିତ ଶବ ଉଦ୍ଧାର
- ଜିଲ୍ଲା ସ୍ତରୀୟ ୮୦ ତମ ସ୍ୱାଧୀନତା ଦିବସ ପାଳିତ
- ଜିଲ୍ଲା ଆଇନ ସେବା ପ୍ରାଧିକରଣ,ଯାଜପୁର ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
- ଉପଖଣ୍ଡ ବରିଷ୍ଠ ନାଗରିକ ସଂଘ ତରଫରୁ ସ୍ଵଧାନତା ଦିବସ ପାଳିତ
- ସୁନ୍ଦରଗଡ଼ ଜିଲ୍ଲାର କାହ୍ନାକୁଣ୍ଡ ପର୍ଯ୍ୟଟନସ୍ଥଳୀ କୁ ମିଳିଲା ୧୯ କୋଟି ଅନୁଦାନ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ – ପେପର ଡାଉନ ଲୋଡ କରନ୍ତୁ
- ରକ୍ତଦାନରେ ଜୀବନର ସ୍ପନ୍ଦନ, ଅଙ୍ଗଦାନରେ ମାନବିକତାର ଅମର ସନ୍ଦେଶ
- ସ୍ୱାଧୀନତା ଦିବସ ଅବସରରେ ସବଡେଗା ପଞ୍ଚାୟତରେ ସ୍ୱତନ୍ତ୍ର ଗ୍ରାମସଭା
- ମାଇଁ ଭାରତ ଯାଜପୁରପକ୍ଷରୁ ଜିଲ୍ଲାରେ ସ୍ୱଚ୍ଛତା ପଖବାଡ଼ା(SwachhataPakhwada)କାର୍ଯ୍ଯ



